pakka

ଡେଲାଙ୍ଗରେ ମେରୁ ଉତ୍ସବ ବା ମା’ଙ୍କ ଝାମୁଯାତ୍ରା ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ମେରୁ ଉତ୍ସବ ବା ମା’ଙ୍କ ଦଣ୍ଡଯାତ୍ରା । ଘୋରଡ଼ିଆର ମା’ ଚର୍ଚ୍ଚିକା, ସୁଜନପୁର ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ଦୁଲାଦେଇ, ମା’ ବିମଳା ଠାକୁରାଣୀ ପୀଠରେ ଦେଖିବାକୁ ମିଳିଥିଲା ତତଲା ଖରାରେ ମାନସିକଧାରୀଙ୍କ ସମାବେଶ । ଦୀର୍ଘ ୨୧ ଦିନ ମାନସିକ ରଖିଥିବା ମାନସିକଧାରୀ ଭକ୍ତମାନେ ପଣା ସେବନ କରି ତାଙ୍କର ମାନସିକ ପୂରଣ କରିଛନ୍ତି । ଶେଷ ଦିନରେ ଦିନସାରା ମା’ଙ୍କ କୋଠିରେ ନୀତିକାନ୍ତିମାନ କରାଯାଇଥିଲା । ମାନସିକଧାରୀମାନେ ମା’ଙ୍କୁ ଗ୍ରାମ ଭ୍ରମଣ ସହିତ ଚଅଁର ସେବା, କଣ୍ଟା ଖେଳ, ଜଳ ସେବା, ଓହଳ ଚାପ, ଦଣ୍ଡ ନୃତ୍ୟ ସହିତ ମା’ଙ୍କ ଝାମୁଯାତ୍ରା ହୋଇଥାଏ । ମା’ଙ୍କ ଏହି ଦଣ୍ଡ ଯାତ୍ରା ମେରୁ ଉତ୍ସବକୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ମାନସିକଧାରୀମାନେ ମା’ଙ୍କ ଆକସ୍ମିକ ଶକ୍ତିକୁ ବିଶ୍ୱାସ କରିଥାନ୍ତି ବୋଲି ମାନସିକଧାରୀମାନେ କୁହନ୍ତି । ସେଥିପାଇଁ ମା’ଙ୍କ ଦଣ୍ଡ ନୃତ୍ୟରେ ଭକ୍ତ ଶ୍ରଦ୍ଧାଳୁମାନେ ମାନସିକ ରଖି ଭକ୍ତି ଓ ବିଶ୍ୱାସ ସହ ୨୧ ଦିନ ଯାକ ନିର୍ଜଳ ରହି କେବଳ ରାତ୍ରୀକୁ ମା’ଙ୍କ ଭୋଗଲାଗି ପଣା ସେବନ କରି ରହିଥାନ୍ତି । ପ୍ରତ୍ୟକ ଦିନ ବିଭିନ୍ନ ଗ୍ରାମକୁ ଯାଇ ହକଡକ ସହିତ ଦଣ୍ଡ ନୃତ୍ୟ କରିଥାନ୍ତି । ମା’ଙ୍କ ୨୧ ଦିନର ଉତ୍ସବ ସମାପନ ହୋଇଯାଇଛି । ସହ ସହ ସଂଖ୍ୟାରେ ମାନସିକଧାରୀମାନେ ଏହି ଦଣ୍ଡ ଉତ୍ସବରେ ସାମିଲ ହୋଇଥଲେ ।

jay balangir
Leave A Reply

Your email address will not be published.

9 + eleven =