jsm

ପ୍ରଚାର କରୁଥିବା ସମୟରେ ଡୁଆଝରର ଝିଅ ଗୀତ ମାଧ୍ୟମରେ ବିଜେଡି ନେତା ଅଧୀରାଜ ମୋହନ ପାଣିଗ୍ରାହୀଙ୍କୁ ସ୍ୱାଗତ କରିଥିଲେ

csstore

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଳୀୟ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀଙ୍କ ମାରାଥନ ନିର୍ବାଚନ ପ୍ରଚାର, ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସହ ଦଳ ବିପୁଳ ସଂଖ୍ୟାରେ ବିଜୟ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ, ୧୦ ହଜାର ଟଙ୍କାର ଛାତ୍ରଛାତ୍ରୀ ବୃତ୍ତି, ଏକ ହଜାର ଟଙ୍କା ଭତ୍ତା ବୃଦ୍ଧି, ଶ୍ରମିକ ପାଉଣା ବୃଦ୍ଧି, ଭଳି ଅନେକ ଯୋଜନା ଉପରେ ଭୋଟରମାନେ ଆକୃଷ୍ଟ ଅଟନ୍ତି । ଖଡିଆଳ ଏବଂ କଳାହାଣ୍ଡି ନିର୍ବାଚନରେ ଦୁଇ ଗୋଟି ସଙ୍ଖ ପାଇଁ ଭୋଟରଙ୍କୁ ମତ ଦେବାକୁ ଭୋଟ ଭିକ୍ଷା କରିଛନ୍ତି । ଏହି ସମୟରେ ଡୁଆଝେରର ଝିଅ ଗୀତ ମାଧ୍ୟମରେ ବିଜେଡି ନେତା ଅଧିରାଜ ପାଣିଗ୍ରାହିଙ୍କୁ ସ୍ଵାଗତ କରିଥିଲେ । ଖଡିଆଳଠାରୁ ଭୋଲିଆ ସିକୂଆଁ, କୋଟେନ୍ମୁଣ୍ଡା, ଛତା, ଭୋଜପୁର ଆଦି ଗ୍ରାମରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ପ୍ରଚାର ଚଳାଇ ଥିଲେ । ବିପୁଳ ସଂଖ୍ୟାରେ ମତଦାତା ଯୋଗ ଦେଇଥିଲେ । ଭୋଟର କାହା ଉପରେ ଆସ୍ଥା ଭାଜନ କରୁଛନ୍ତି ଆସନ୍ତା ଦିନରେ ଦେଖିବାକୁ ବାକି ରହିଲା ।

yuvodaya
Leave A Reply

Your email address will not be published.