oom

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବଲାଙ୍ଗିରର ସେବା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସ୍ଥାନୀୟ ପେଲେସ୍‌ ଲାଇନ୍‌ ରାଧାକୃଷ୍ଣ ମନ୍ଦିର ପରିସରରେ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଭାପତି ଘାସିରାମ ମିଶ୍ର, ସଂପାଦକ ବସନ୍ତ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଉପସଭାପତି ଶିବଶଙ୍କର ଖୁଆସ, ସହ ସଂପାଦକ ଯଥା ବିଶ୍ୱାଲ, ସଂଗଠନ ସଂପାଦକ ରାଧାକୃଷ୍ଣ ମେହେର, ବରିଷ୍ଠ କାର୍ଯ୍ୟକାରୀ କମିଟି ସଦସ୍ୟ ବିପିନ ବିହାରୀ ପଣ୍ଡା, ପର୍ଶୁରାମ ନାୟକ, ଡା. ଉମା ପାତ୍ର, ପ୍ରଦୀପ ଗୁରୁ, ରାହାସ ବିହାରୀ ଭୋଇ, ମଦନ ପାଣିଗ୍ରାହୀ, ବିରଂଚି ମିଶ୍ର ଦହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ପୂର୍ଣ୍ଣମାତ୍ରାରେ ସହଯୋଗ କରି ପ୍ରାୟ ୨୦୦୦ ଲୋକଙ୍କର ସେବାର ସୁଯୋଗ ପାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ଏନ୍‌ଜିଓ, ବୃଦ୍ଧାଶ୍ରମର ସଭାପତି ସନ୍ତୋଷିନୀ ମେହେର ଏବଂ ସଂପାଦିକା ରଶ୍ମି ପାତ୍ର ସ୍ୱତଃପ୍ରବୃତ୍ତ ଭାବରେ ଯୋଗଦେଇ ସେବା କାର୍ଯ୍ୟ କରିଥିଲେ । କାର୍ଯ୍ୟକ୍ରମ ଶତ ପ୍ରତିଶତ ସଂପନ୍ନ ହୋଇଥିବାରୁ ମନ୍ଦିର ପରିଚାଳନା କମିଟିର ସଦସ୍ୟଗଣ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.