pakka

ବଙ୍ଗୋମୁଣ୍ଡାରେ ମହାବିଷୁବ ସଂକ୍ରାନ୍ତି ପାଳିତ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ହନୁମାନ ମନ୍ଦିର ପରିସରରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା, ବ୍ଲକ ସାମ୍ବାଦିକ ସଂଘ, ହନୁମାନ ମନ୍ଦିର କମିଟି ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦର ସଭାପତି ଡ. ନାରାୟଣ ମିଶ୍ର, ସାମ୍ବାଦିକ ସଂଘର ସଭାପତି ରଶ୍ମିରଂଜନ ପୁଟେଲ, ହନୁମାନ ମନ୍ଦିର ପ୍ରତିଷ୍ଠାତା ଚମାର ଭୋଇ, ଝସକେତନ ମେହେର, ବରିଷ୍ଠ ସଦସ୍ୟ ରିଚୁ ପଣ୍ଡା, ତୁଳସୀ ରାମ ହଂସ, ହନୁମାନ ମନ୍ଦିରର ପୂଜକ ଧନୁର୍ଯ୍ୟ ଛତ୍ରିଆ, ରାମଚନ୍ଦ୍ର ରଣା, ପ୍ରମୋଦ ସଗରିଆ, ହାଡୁ ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ତଥା ହନୁମାନ ଜୟନ୍ତୀ ସମ୍ପର୍କରେ ଡ. ନାରାୟଣ ମିଶ୍ର ଆଲୋକପାତ କରିଥିଲେ । ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେର, ଅଶୋକ ନାରାୟଣ ଭୋଇ, ଭକ୍ତବନ୍ଧୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ହନୁମାନ ମନ୍ଦିର କମିଟି ପକ୍ଷରୁ ଜୋର୍‌ସୋର୍‌ରେ ହନୁମାନ ଜୟନ୍ତୀ ପାଳନ କରାଯିବା ସହ ଶନିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିରରେ ଲମ୍ବାଧାଡିରେ ଭକ୍ତ ଅପେକ୍ଷା କରି ଦର୍ଶନ କରିଥିଲେ । କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।

jay balangir
Leave A Reply

Your email address will not be published.

seventeen + 16 =