oom

ଓଏସ୍‌ଏପି ଅଷ୍ଟମ ବାଟାଲିୟନରେ ବଡାଖାନା କାର୍ଯ୍ୟକ୍ରମରେ ଦୁର୍ଗପତିଙ୍କୁ ସମର୍ଦ୍ଧନ

jsmm

ଗଞ୍ଜାବ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନତିଦୂରରେ ରହିଥିବା ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁର୍ଗପତି ଶାରଦା ପ୍ରସାଦ ଦାଶ ଯୋଗଦେଇ ବାଟାଲିୟନରେ କାର୍ଯ୍ୟରତ ସମସ୍ତ ଅଫିସର, ହାବିଲଦାର, ସିପାହୀ, ଓ ଓଡ୍ରାପ ବାହିନୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍‌ପି ଜଗମୋହନ ମିନା ଯୋଗଦେଇ ବାଟାଲିୟାନ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ନିମନ୍ତ୍ରିତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ନୃତ୍ୟ ଗୀତରେ ଆସର ଜମିଥିଲା । ସୁସ୍ୱାଦ ଖାଦ୍ୟରେ ସମସ୍ତେ ଆପ୍ୟାୟିତ କରାଯାଇଥିଲା । ଗଞ୍ଜାମ ସହରର ପବିତ୍ର ଦୋଳଯାତ୍ରାରେ ଗ୍ରୀଷ୍ମ ପ୍ରବାହ ସମୟରେ ବାଟାଲିୟାନ ପକ୍ଷରୁ ପଣା ବଣ୍ଟନ କରାଯିବା ସହ ଜଳ ସିଞ୍ଚନ କାର୍ଯ୍ୟକ୍ରମ କରାଯାଇଥିବା ଯୋଗୁଁ ଗଞ୍ଜାମ ସହରବାସୀଙ୍କ ପକ୍ଷରୁ ଦୁର୍ଗପତି ଶ୍ରୀ ଦାଶଙ୍କୁ ଉପଢୌକନ ସହ ଜଗତରନାଥ ଜଗନ୍ନାଥଙ୍କ ଫୋଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ପ୍ରମୋଦ କୁମାର ପଣ୍ଡା, ଗିରିଶ ଆଚାର୍ଯ୍ୟ, ଦୁର୍ଗା ମାଧବ ପାଣିଗ୍ରାହି, ଉମାକାନ୍ତ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.