oom

ବିକାଶ ଏବଂ ଶାନ୍ତି ପାଇଁ ଆନ୍ତର୍ଜାତୀୟ କ୍ରୀଡା ଦିବସ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୬ ଏପ୍ରିଲରେ ଅନୁଷ୍ଠିତ ହେଉଥିବା “ଆନ୍ତର୍ଜାତୀୟ ବିକାଶ ଏବଂ ଶାନ୍ତି ପାଇଁ କ୍ରୀଡା ଦିବସ” (ଆଇଡିଏସ୍‌ଡିପି), ସମଗ୍ର ବିଶ୍ୱରେ ତଥା ଲୋକମାନଙ୍କ ଜୀବନରେ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପର ସକରାତ୍ମକ ଭୂମିକାକୁ ସ୍ୱୀକୃତି ଦେବା ପାଇଁ ଏକ ସୁଯୋଗ ପ୍ରଦାନ କରେ । ୨୦୨୪ ପାଇଁ ବିଷୟବସ୍ତୁ ହେଉଛି ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତି ସମାଜର ବିକାଶ ପାଇଁ କ୍ରୀଡା । ଏହି ଦିବସ ପାଳନ ଏକ ସକରାତ୍ମକ ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବ ଏବଂ ନିରନ୍ତର ବିକାଶ ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ବିଶ୍ୱସ୍ତରୀୟ ପ୍ରୟାସରେ ସହାୟକ ହେବ । ମିଳିତ ଜାତିସଂଘ ଦୀର୍ଘ ଦିନରୁ କ୍ରୀଡ଼ାର ଶକ୍ତି ଏବଂ ସାର୍ବଜନିନତାକୁ ସ୍ୱୀକୃତି ଦେଇଛି । ବିଶ୍ଵ ସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ଅଂଶଗ୍ରହଣ କରିବା ଏବଂ ନିଜସ୍ୱ କ୍ରୀଡା ସମ୍ବନ୍ଧୀୟ ଅଭିଯାନ ଏବଂ ପଦକ୍ଷେପ ଗୁଡ଼ିକର ବିକାଶ ମାଧ୍ୟମରେ ଏହାକୁ ବ୍ୟବହାର କରି ବ୍ୟକ୍ତିବିଶେଷ ତଥା ଗୋଷ୍ଠୀକୁ ଏକତ୍ର କରିବାରେ ଏହି ଦିବସ ପାଳନ ନିଶ୍ଚିତ ଏକ ସୁନ୍ଦର ପ୍ରୟାସ । ବିକାଶ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଜାତିସଂଘର ଉଦ୍ଦେଶ୍ୟରେ ଯୋଗଦାନ କରିବାକୁ ଏହି କ୍ରୀଡା ଦିବସ ଆଦର୍ଶ ଭାବରେ ବ୍ୟବସ୍ଥିତ ହୋଇଛି ।

jittmm
Leave A Reply

Your email address will not be published.