oom

ପାଟଣାଗଡ ପୋଲିସକୁ ବଡ ସଫଳତା : ବାଇକ୍‌ ଡ଼ିକି ଭାଙ୍ଗି ଲୁଟୁ ଥିବା ଅଭିଯୁକ୍ତ ଗିରଫ

jsmm

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପୋଲିସକୁ ମିଳିଛି ବଡ଼ ସଫଳତା । ପାଟଣାଗଡ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାଇକ୍‌ ଡ଼ିକି ଭାଙ୍ଗି ଲୁଟ୍‌ କରି ଫେରାର୍‌ ମାରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ । ସୂଚନା ଅନୁସାରେ ପାଟଣାଗଡର ଏକ ଦୋକାନ ସମ୍ମୁଖରେ ଗତ ଜାନୁୟାରୀ ମାସରେ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ବାଇକ୍‌ ଡ଼ିକିରେ ଟଙ୍କା ରଖି କୌଣସି କାମରେ ଗୋଟିଏ ଦୋକାନ ସମ୍ମୁଖରେ ଅଟକି ଥିବାବେଳେ ଅଭିଯୁକ୍ତ ଜଣକ ସେହି ବ୍ୟକ୍ତିଙ୍କ ବାଇକ୍‌ ଡିକିରୁ ଟଙ୍କା ନେଇ ଫେରାର୍‌ ମାରିଥିଲା । ସେହିପରି ସେହି ଅଭିଯୁକ୍ତ ବେଲପଡ଼ା ଓ ଲାଠୋର ଥାନା ଅଞ୍ଚଳରେ ମଧ୍ୟ ବିଭିନ୍ନ ସମୟରେ ଲୁଟ୍‌ କରି ଫେରାର୍‌ ମାରିଥିଲା । ଅଭିଯୁକ୍ତ ପାଟଣାଗଡ଼ ପୋଲିସ ହାତରେ ଧରା ପଡ଼ିଥିବା ଆଜି ଜଣାପଡିଛି । ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଅଭିଷେକ ନାଗରାଓ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପାଟଣାଗଡ, ବେଲପଡ଼ା ଏବଂ ଲାଠୋର ଅଞ୍ଚଳରୁ ଅଭିଯୁକ୍ତ ଜଣକ ୬ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ବେଳେ ଅଭିଯୁକ୍ତଠାରୁ ନଗଦ ଏକ ଲକ୍ଷ ଟଙ୍କା ଓ ୬ଟି ମୋବାଇଲ ଜବତ କରିଥିବା ଆଜି ପ୍ରେସ୍‌ ବିଜ୍ଞପ୍ତିରେ ଜଣାପଡିଛି । ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ ଜନସାଧାରଣଙ୍କୁ ବାଇକ୍‌ ଡିକିରେ ଟଙ୍କା ରଖି ବାଇକ୍‌କୁ ଛାଡି ଅନ୍ୟତ୍ର ଯିବା ପାଇଁ ମନା କରିବା ସହ ଗଣମାଧ୍ୟମ ଜରିଆରେ ସଚେତନ ହେବାପାଇଁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.