ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ସହିଦ ମାଧବ ଓ ରମେଶଙ୍କୁ ଶ୍ରଦ୍ଧାଂଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ୍ ଅନ୍ତର୍ଗତ ଟେମରି ଗ୍ରାମରେ ଆଜି ସହିଦ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ପରିଷଦର ଆବାହକ ଦିଲ୍ଲୀପ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ୨୦୧୦ ମସିହାରେ ପୋଲିସ ଗୁଳିରେ ସହିଦ ହୋଇଥିବା ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ସ୍ମୃତିଚାରଣ କରାଯାଇଥିଲା । ସହିଦ ମାଧବ ସିଂ ଠାକୁରଙ୍କ ପୋଷ୍ୟ ପୁତ୍ର ପଞ୍ଚମ ସିଂ ଠାକୁର ଓ ସହିଦ ରମେଶ ସାହୁଙ୍କ କାକା ପୁଅ ରିତେଶ ସାହୁ ସହିଦ ସ୍ମୃତି ସ୍ତମ୍ଭ ଠାରେ ପୂଜାର୍ଚ୍ଚନା କରି ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସ୍ମୃତି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ପୂର୍ବତନ ଆବାହକ ରାହାସବିହାରୀ ସାହୁ, ପ୍ରକୃତି ବନ୍ଧୁ ସାମ୍ବାଦିକ ତଥା ପରିଷଦର ପୂର୍ବତନ ଆବାହକ ଧୀରେନ ମହାନ୍ତି, ପୂ.ଆବାହକ ସୁରେଶ ସାହୁ, କାର୍ୟ୍ୟାଳୟ ସମ୍ପାଦକ ଦୁର୍ୟୋଧନ ପୁଟା, ଶଙ୍କର ପଣ୍ଡା, ୱାଡ଼ ମେମ୍ବର ଅମୃତ ଠାକୁର, ଧୁବଳେଶ୍ୱର ବରିହା, ସୁବାଷ ବେହେରା, କୈଲାସ ପଟେଲ ପ୍ରମୁଖ ବିଶିଷ୍ଟ ସଂଗ୍ରାମୀ ମାନେ ଯୋଗ ଦେଇ ଶ୍ରଦ୍ଧାଂଜଳି ପ୍ରଦାନ କରିଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.