ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଂଚାୟତ ବୈଗାପଡା ଗ୍ରାମର ଜୟଶ୍ରୀ ରାମଛକ ବେଦୀ ପ୍ରାଙ୍ଗଣରେ ଗ୍ରାମର ଆବାଳ ବୃଦ୍ଧ ବନିତା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସଟିକୁ ବଡ ରୀତିନୀତି ଅନୁସାରେ ପାଳନ କରାଯାଇଛି । ପୂର୍ବରୁ ଅଯୋଧ୍ୟାର ଅକ୍ଷତ କଳସକୁ ଗ୍ରାମରେ ସମସ୍ତଙ୍କ ଘରେ ପୂଜା କରାଯାଇଥିଲା । ସମସ୍ତେ ଜୟ ଶ୍ରୀରାମଛକ ବେଦୀ ପରିସରକୁ ଆସି ପୂଜକଙ୍କୁ ପୂଜା ନିମନ୍ତେ ନିମନ୍ତ୍ରଣ କରି ପୂଜାରେ ବସି ପ୍ରଭୁ ଶ୍ରୀରାମଙ୍କ ସହ ଜାନକୀ, ତିନି ଭାଇ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ତଥା ରାମ ଭକ୍ତ ପବନ କୁମାର ଶ୍ରୀହନୁମାନଙ୍କ ରାଜ ଦରବାର ସ୍ଥିତ ଫୋଟୋକୁ ଶ୍ରୀକାନ୍ତ ଖମାରି ମନ୍ତ୍ର ପାଠରେ କର୍ତ୍ତା ଚନ୍ଦ୍ରଧ୍ୱଜ ବାଗଙ୍କ ସହ ଗ୍ରାମର ଅନେକ ରାମ ଭକ୍ତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମହିଳା ସଂକୀର୍ତ୍ତନ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ଅନେକ ରାମ ଭକ୍ତ ଶିକ୍ଷାବିତ ସତ୍ୟବ୍ରତ ଗହୀର, ପଞ୍ଚାନନ ଖମାରି, ସରପଞ୍ଚ ବୀରେନ୍ଦ୍ର ଖମାରି, ବିଶ୍ଵମ୍ବର କାଣ୍ଡ, ବିରଞ୍ଚି ଖମାରି, ପରମେଶ୍ୱର ଖମାରି, ଜଗନ୍ନାଥ ବେମାଳ, ନିରଞ୍ଜନ ବେମାଳ, କୁମ୍ଭ ବାଗ, ସୁବେଶ ବାଗ ଓ ବ୍ଲକ ସାମ୍ବାଦିକ ପ୍ରତିନିଧି ଚିନ୍ତାମଣି ନେତାମଙ୍କ ସମେତ ଅନେକ ରାମ ଭକ୍ତ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବକ ପୂଜାର୍ଚ୍ଚନା କରି ସାରିବା ପରେ ପ୍ରସାଦ ସେବନ କରାଯାଇଥିଲା । ସନ୍ଧ୍ୟାରେ ସମସ୍ତଙ୍କ ଘରେ ପାଞ୍ଚୋଟି ଲେଖାଏଁ ଦୀପ ଜାଳିବା, ରାମାୟଣ କଥା ଗାନ ଓ ଅଖଣ୍ଡ ଦୀପ ପ୍ରଜ୍ୱଳନ ଏବଂ ଉଜାଗର ରହିବାର ବ୍ୟବସ୍ଥା କରାଯାଇଥିଲା ।