p purohi

ପାଇକମାଲ ମୁଖ୍ୟ ରାସ୍ତା ସାଜିଛି ମରଣଯନ୍ତା : ନିଦାବିଷ୍ଣୁ ସାଜିଛି ପୂର୍ତ୍ତ ବିଭାଗ, ସାଧାରଣରେ ଅଭିଯୋଗ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟ ଛକରୁ ପଦ୍ମପୁରକୁ ସଂଯୋଗ କରିଥିବା ବିଜୁ ଏକ୍ସପ୍ରେସୱେର ପୁରୁଣା ୟୁକୋ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳେ ରାସ୍ତା ମଝିରେ ଦୁଇ ଫୁଟ ଗଭୀରର ଗାତ ଯେଉଁଥିରେ ପ୍ରତି ମିନିଟ୍‌ରେ ଚାରିଚାକିଆ ହେଉ ଅବା ଦୁଇଚକିଆ ଗାଡ଼ି ଖାଲରେ ପଡ଼ି ଦୁର୍ଘଟଣାକୁ ଅପେକ୍ଷା କରୁଛନ୍ତି । ଏହାଛଡ଼ା ପ୍ରାୟ ଦୁଇମାସ ହେଲାଣି ସହରର ପାଣି ମୁଖ୍ୟ ରାସ୍ତାକୁ ଆସି ଖରାପ ହେବାରେ ଲାଗିଛି । ମୁଖ୍ୟ ରାସ୍ତାରେ ଗଭୀର ଖାଲ ସୃଷ୍ଟି ହୋଇ ଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ପାଇକମାଲରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଫିସ ବାବୁମାନେ ଥିଲେ ମଧ୍ୟ ନଜିର ନାହିଁ ସତେ ଯେମିତି ତାଙ୍କର କିଛି ଯାଏଆସେ ନାହିଁ, ଲୋକଙ୍କ ଟିକସ ପଇସାରେ ଦରମା ପାଇ ସାଧାରଣ ଜନତା ମାଲିକମାନଙ୍କ ଜୀବନକୁ ବିପଦରେ ପକେଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ସେମାନଙ୍କ ହାବଭାବରୁ ଜଣାପଡ଼ୁଛି ଯେ ସାଧାରଣ ବ୍ୟକ୍ତିଙ୍କ ଜୀବନ ହାନୀ ହେଲେ ଯାଇ ରାସ୍ତା ସୁଧାରିବା ପାଇଁ ଆଗେଇ ଆସିବେ । ରାଜ୍ୟ ସରକାର ତୁରନ୍ତ ପାଇକମାଲ ଜନ ସାଧାରଣଙ୍କ ଦାବୀକୁ ଦୃଷ୍ଟିରେ ରଖି ଜୀବନ ହାନୀ ଘଟଣାରୁ ବର୍ତ୍ତିବା ପାଇଁ ପ୍ରଶାସନ କର୍ତ୍ତୃପକ୍ଷ ପଦକ୍ଷେପ ନେଲେ ପାଇକମାଲବାସୀ ଉପକୃତ ହେବେ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି ।

nrusinghnath
Leave A Reply

Your email address will not be published.