ଜାତୀୟ ଯୁବ ଦିବସ ଗଞ୍ଜାମ ମହାବିଦ୍ୟାଳୟରେ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଥିବା ଗଞ୍ଜାମ ମହାବିଦ୍ୟାଳୟର ଅଡ଼ିଟରିୟମ୍‌ ହଲ୍‌ରେ ଜାତୀୟ ଯୁବ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସିମାଞ୍ଚଳ ଭେଳଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରାଧ୍ୟାପକ ନଳିନୀକାନ୍ତ ପଟ୍ଟନାୟକ, ପ୍ରାଧ୍ୟାପିକା ମମତା ପାଢ଼ୀ ମଞ୍ଚାସିନ ରହିଥିଲେ । ପ୍ରାଧ୍ୟାପିକା ସ୍ମରଣିକା ହୋତା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ୱାନ ଓଡିଶା ନୋଡାଲ ୟୁନିଟର କ୍ୟାଡେଟ କେ.ଲକ୍ଷ୍ମୀ ରେଡ୍ଡୀଙ୍କୁ ଏନ୍‌.ସି.ସିରେ କୃତି ଅର୍ଜନ କରିଥିବାରୁ ସମ୍ମାନିତ କରାଯାଇଥିଲା । ଡ଼. ସୁଶାନ୍ତ କୁମାର ସେଠୀଙ୍କ ପୁସ୍ତକ ଉନ୍ମୋଚିତ କରାଯାଇଥିଲା । ଶେଷରେ ଗଞ୍ଜାମ ବ୍ଲକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ସୁପରିଚାଳନାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିଲେ ।

Leave A Reply

Your email address will not be published.