centurian jitm

ଛତ୍ରପୁର ବାପ୍ ଟିଷ୍ଟ ଚର୍ଚ୍ଚରେ ବଡ଼ଦିନ ପାଳନ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଅପର ବସଷ୍ଟାଣ୍ଡ ନିକଟସ୍ଥ ଚର୍ଚ୍ଚ ରୋଡ଼ରେ ଅବସ୍ଥାପିତ ୧୮୩୮ ମସିହାରେ ସ୍ଥାପିତ ୟୁନିୟନ ବାପ୍ ଟିଷ୍ଟ ଚର୍ଚ୍ଚରେ ମହାଆଡ଼ମ୍ବରରେ ଖ୍ରୀଷ୍ଟମାସ୍ ପର୍ବ ବା’ ବଡ଼ଦିନ ପର୍ବ ପାଳିତ ହୋଇଯାଇଛି । ଛତ୍ରପୁରର ବିଭିନ୍ନ ଚର୍ଚ୍ଚରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ୟୁନିୟନ ବାପ୍ ଟିଷ୍ଟ ଚର୍ଚ୍ଚରେ ଛଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ବହୁଲୋକଙ୍କ ସମାଗମ୍‌ ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବ ପ୍ରସ୍ତୁତି ଥାଇ ବହୁ ସାଜସଜା ହୋଇଥିବା ବେଳେ ୨୦ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସୁନ୍ଦର ଗୀତ ନାଚ ମାଧ୍ୟମରେ ଖ୍ରୀଷ୍ଟମାସ୍ ବଡ଼ଦିନ ପାଳନ କରାଯାଇଥିଲା । ଏଥିସହ ଡିସେମ୍ବର ୨୫ ତାରିଖ ଦିନରେ ସକାଳୁ ପ୍ରାର୍ଥନା କରିବା ସହ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ ହୋଇଥିଲା । ଏହି ଦିନ ଧରା ଧାମରେ ପ୍ରଭୁ ଯୀଶୁଙ୍କ ଧରାବତରଣ ହୋଇଥିବା ନେଇ ଜନମାନସକୁ ଉଜୀବିତ କରାଯାଇଥିଲା । ସମଗ୍ର ଜଗତକୁ ଭଲ ପାଇବା ଓ ବଳିଦାନର ସନ୍ଦେଶ ବାର୍ତ୍ତା ଦେଇଛନ୍ତି ବୋଲି ଉଲ୍ଲେଖ ରହିଛି । ଏହି ପବିତ୍ର କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ମ୍ରିଲାଲ୍ ସେନ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆୟାଜନ ହୋଇଯାଇଛି । ବାସ୍ତବିକ ବିଭିନ୍ନ ଚର୍ଚ୍ଚମାନଙ୍କରେ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯାଇ ଗୋଳଡେନ-ଟ୍ରି ସଜ୍ଜାଇ ମନକୁ ବିକଶିତ କରାଯାଇଛି । ସେହିପରି ଛତ୍ରପୁର ବାପ୍ ଟିଷ୍ଟ ଚର୍ଚ୍ଚରେ ବଡ଼ଦିନ ପାଳନରେ ବିଭିନ୍ନ ଚିତାକର୍ଷକ କାର୍ଟୁନ, ଗୋଲଡେନ-ଟ୍ରି ସୁସଜ୍ଜିତ କଳା ଅଙ୍କନର ତିଆରି କରି ହର୍ଷ ଉଲ୍ଲାସ ଓ ଆଧ୍ୟାତ୍ମିକ ଭାବନାରେ ଖ୍ରୀଷ୍ଟିଆନ ବର୍ଗର ଲୋକେ ଖୁସି ମନାଇଛନ୍ତି ।

Leave A Reply

Your email address will not be published.