oom

ଛତ୍ରପୁରର ବିଦ୍ୟା ଇ-ଟେକନୋ ସ୍କୁଲର ସାମାଜିକ ଜନମଙ୍ଗଳ ସେବାର ଅଭିନବ ପ୍ରୟାସ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବଚପନ ପ୍ଲେ-ସ୍କୁଲ ତଥା ବିଦ୍ୟା ଇ-ଟେକନୋ ସ୍କୁଲର ଅଭିନବ ପ୍ରୟାସରେ ଖ୍ରୀଷ୍ଟମାସ ପର୍ବ ପାଳନ ପୂର୍ବକ ଭିନ୍ନକ୍ଷମ, ଗରୀବ ଗୁରୁବାଙ୍କୁ ଆମନ୍ତ୍ରଣ କରି ସେମାନଙ୍କୁ ଅନ୍ନ-ଦାନ, ବସ୍ତ୍ର ଦାନ କରି ସ୍କୁଲ ପରିସରରେ ଖୁସି ମନାଇଛନ୍ତି ।
ପ୍ରକାଶ ଥାଉକି ସ୍କୁଲର ଅଧ୍ୟକ୍ଷ ସଞ୍ଜୀବ କୁମାର ଦାସ, ନିର୍ଦ୍ଦେଶିକା ସଙ୍ଗୀତା ଶର୍ମାଙ୍କ ଉଦ୍ୟମରେ ସ୍କୁଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅଖିଳ ଭାରତୀୟ ମାରୱାର୍ଡ଼ୀ ମଞ୍ଚର ସଭାନେତ୍ରୀ ତଥା ବ୍ରାଣ୍ଡ ଆମ୍ବାସାଡ଼ର ଅଫ ମୋହନ ଫାଉଣ୍ଡେସନର ମୁଖ୍ୟ ଶ୍ରୀମତୀ ସୀମା ଚୌଧୁରୀ, ଖ୍ରୀଷ୍ଟିଆନ ପାଦ୍ରୀ ମୁନାଲ ସେହାଗୁପ୍ତା, ସିନ୍ଦରାପଲ୍ଲୀର କାର୍ମେଲ ନଗର ସିଷ୍ଟର ମୌଲି ଓ ସୋଲଭଲି, ଡାକ୍ତର ଇନ୍ଦ୍ରଜିତ ପାଢ଼ୀ, ଗୋପାଳପୁର ବୃଦ୍ଧା ଆଶ୍ରମ ‘ଜରା’ ନିବାସର ସୁପରିନଟେନଣ୍ଡେଣ୍ଟ ସାବିତ୍ରୀ ଦେବତା, ସମର୍ଥର ଅଧ୍ୟକ୍ଷ କେ. ଆନନ୍ଦ ରାଓ ପ୍ରମୁଖ ବହୁ ସଂଗଠନର ମୁଖ୍ୟ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ନିଆରା କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଏବଂ ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ସେବାର ମହତ୍ତ୍ୱ ପ୍ରତିପାଦନ କରିବା ସାଂଗକୁ ସେମାନଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.