om academy

ଘୋରଡିଆ ରାଧାକାନ୍ତ ଦେବ ମଠରେ ୬୪ ପ୍ରକାର ବ୍ୟଜଂନ ଲାଗି

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ୟଜଂନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେଦାଦେବୀ ମଠ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଜଂନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୃଷ୍ଟିକର ବ୍ୟଜଂନ ପ୍ରସ୍ତୁତ କରି ସମର୍ପିତ କରିଥିଲେ ବୋଲି ଆବାହନ କାଳରୁ ଶାସ୍ତ୍ରୀୟ ମତ ରହଛି । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ମଠରେ ଶନିବାର ପବିତ୍ର ବ୍ୟଜଂନ ଦ୍ୱାଦଶୀ ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ନିକଟରେ ୬୪ ପ୍ରକାର ନିରାମିଷ, ସ୍ୱାଦିଷ୍ଟି ବ୍ୟଜଂନ ପୂଜା କରାଯାଇଥିଲା । ଏଥିରେ ଅନ୍ନ, ଡାଲି, ଭଜା, ଖଟା, ସାଗ, ଖିରୀ, ବେସର ତରକାରୀ, ଭର୍ତା ପ୍ରତ୍ୟେକ ତିନିପ୍ରକାର ହୋଇଥିବା ବେଳେ ବିଭିନ୍ନ ପ୍ରକାର ଫଳମୁଳ, ବିରିବରା, ବୁଟୋଶଲା, ଡାଳିମ୍ବ, ଚୁଡାଘଷା, ଖଇ, କୋରାରେ ପ୍ରସ୍ତୁତ ୬୪ ପ୍ରକାର ବ୍ୟଜଂନ ଲାଗି ହୋଇଥିଲା । ମଠ ମାଲିକ ଦେବଜ୍ୟୋତି ପଟ୍ଟନାୟକ ଓ ଏହାର ପରିଚାଳକ ଦୁଃଶାସନ ମଙ୍ଗରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧନରେ ମଠର ମୁଖ୍ୟ ପୂରୋହିତ ତିବିକ୍ରମ ମିଶ୍ର, ପୂଜକ ଗିତା ପ୍ରସାଦ ଆଚାର୍ୟ୍ୟ, ସର୍ବେଶ୍ୱର ମିଶ୍ର, ଶ୍ରୀନିବାସ ପଣ୍ଡା ପ୍ରମୁଖ ଠାକୁରଙ୍କ ବିଧିବିଧାନ ପୂଜାର୍ଚ୍ଚନା କରି ଏହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ସମ୍ପର୍ଣ୍ଣ କରିଥିଲେ । ଏଥିରେ ସୋମନାଥ ମଙ୍ଗରାଜ, ଆର୍ତତ୍ରାଣ କୋଦମାସିଂହ, କାଳୁ ରଣା, ଭବାନୀଶଙ୍କର ବାରିକ, ଗୌରିଶଙ୍କର ବାରିକ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ରାଧାମୋହାନ ଦେବ ମଠରେ ମଧ୍ୟ ଅନୁରୁପ ବ୍ୟଜଂନ ଦ୍ୱାଦଶୀ ପର୍ବ ପାଳିତ ହୋଇଯାଇଛି ।

Leave A Reply

Your email address will not be published.

eight − 2 =