oom

ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଉତ୍ସବ ଉଦଘାଟିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ସ୍ଥିତ ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ୩ଦିନିଆ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୩ ଥାନାଧିକାରୀ ପ୍ରତିଭା ମଞ୍ଜୁରୀ ସାହୁ ମୁଖ୍ୟ ଅତିଥି ଓ ଏସିଆ ଦୁର୍ଯ୍ୟୋଧନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ କ୍ରୀଡା କେବଳ ଶାରିରୀକ ସୁସ୍ଥତା ନୁହେଁ ମାନସିକ ଶକ୍ତିର ବିକାଶରେ ସହାୟକ ହୋଇଥାଏ । ଅଧ୍ୟକ୍ଷ ଶ୍ରୀ ନାୟକ ସରକାରଙ୍କ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରୀମାନେ ଉପକୃତ ହେବା ସହ ନିଜ ଦକ୍ଷତାକୁ ପ୍ରମାଣିତ କରିପାରିବେ କହିଥିଲେ । ଉଦଘାଟନୀ ଉତ୍ସବରେ ଛାତ୍ରୀମାନଙ୍କ ମଧ୍ୟରେ ୧୦୦ମି, ୨୦୦ମି, ଉଚ୍ଚା ଡିଆଁ, ଲମ୍ବା ଡିଆଁ, ସଟଫୁଟ, ଡିସକସ ଥ୍ରୋଓ ଆଦି ପ୍ରତିଯୋଗିତା କରାଯାଇଥିଲା । ନିଖିଳ କଳାକାର ପ୍ରଧାନ ବିଚାରକ ଭାବେ ଦାୟିତ୍ଵ ତୁଲାଉ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ନୋଡାଲ ଅଫିସର ସଞ୍ଜୟ ଟିଗା, ଅଧ୍ୟାପକ ସୁଧାଂଶୁ ଶେଖର ମହାପାତ୍ର, ସିମରନ୍ ମହାପାତ୍ର, ସ୍ନିଗ୍ଧାରାଣୀ ନାୟକ, ମନ୍ଦରଧର ଦାସ, ସନ୍ଧ୍ୟାରାଣୀ ମହାଳିକ, କିଶାନଲାଲ ନାୟକ, କୁମୁଦିନୀ ଲୋହାର, ସେଫାଳି ବାରିକ, ବନିତା ପ୍ରଧାନ, କ୍ଷତିମୟୀ ପାତ୍ର, ବୁଦ୍ଧଦେବ ଭୋଇ, ରୋହିତ ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ଵାରା ମାର୍ଚ୍ଚ ଫାଷ୍ଟ କରିଥିଲା ବେଳେ ଅତିଥି ଓ ଅଧ୍ୟକ୍ଷଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ କରାଯାଇଥିଲା

jittmm
Leave A Reply

Your email address will not be published.