csstore

ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସାମାରୋହ ଆରମ୍ଭ ହୋଇଯାଇଛି । ଅନସ୍ଲୋ ମିନି ଷ୍ଟାଡିୟମରେ ଅନ୍‌ସ୍ଲେ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟନ ସାମାରୋହରେ ମୁଖ୍ୟଅତିଥି ଭାବେ କ୍ରୀଡା ବିଭାଗ ଯୁଗ୍ମ ସଚିବ ଅଶୋକ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତିୟ ବଡ଼ି ବିଲବିଡ଼ର ବଳାଲ୍ ଖାଁ ଯୋଗଦେଇ କ୍ରୀଡା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନସ୍ଲୋ- ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା, ବରିଷ୍ଠ ଖେଳ ଶିକ୍ଷୟତ୍ରୀ ସୁଜାତା ପାତ୍ର ମଞ୍ଚାସୀନ ଥିଲେ । ଖେଳ ଶିକ୍ଷକ ଅରୁଣ କୁମାର ମାନସିଂହ ଓ ନିକଟସ୍ଥ ବିଦ୍ୟାଳୟର ଖେଳ ଶିକ୍ଷକମାନେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାମାନ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.