oom

ବରଗଡ଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବରେ ମିଲେଟସ୍ ଖାଦ୍ୟ ପ୍ରଦର୍ଶନୀ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତଥା ଓଡିଶା ମିଲେଟସ୍ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ଠାରେ ବରଗଡ଼ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା । ଏଥିରେ ସମସ୍ତ ପ୍ରତିଯୋଗୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଗଣ ଅତ୍ୟନ୍ତ ଉତ୍ସାହିତ ହୋଇ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ଥିବା ସେଲ୍ଫି ପଏଣ୍ଟରେ ବହୁ ସଂଖ୍ୟାରେ ଭିଡ ପରିଲକ୍ଷିତ ହୋଇଥିଲା । ଏହି ବ୍ଲକସ୍ତରୀୟ ସୁରଭି ତଥା ଓଡିଶା ମିଲେଟସ୍ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଥିଲା ମିଲେଟସ୍ ଖାଦ୍ୟ ପ୍ରସ୍ତୁତି ଓ ପ୍ରଦର୍ଶନୀ । ବରଗଡ଼ ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମିଲେଟସ୍ର ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇ, ପ୍ରଦର୍ଶନ କରାଯିବା ସହିତ ଉପସ୍ଥିତ ହୋଇଥିବା ସମସ୍ତଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଚଳିତ ବର୍ଷ ଆନ୍ତର୍ଜାତୀୟ ମିଲେଟସ୍ ବର୍ଷ ପାଳନ ଅବସରରେ ମିଲେଟସ୍ ଉପାଦେୟତା,ସଚେତନତା ଶରୀରର ସୁସ୍ଥତା ପାଇଁ ଏହାର ଆବଶ୍ୟକତା ତଥା ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ବରଗଡ଼ ବ୍ଲକ ତରଫରୁ କରାଯାଇଥିବା ଏହି ସାଧୁ ଉଦ୍ୟମ ନିଶ୍ଚିତ ଭାବରେ ଏକ ଅଭିନବ ପ୍ରୟାସ । ଏହା ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସମସ୍ତଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହୋଇଥିଲା , ବିଶେଷତଃ ଏହି କାର୍ଯ୍ୟକ୍ରମରେ ଅତିଥିଭାବରେ ଯୋଗଦାନ କରିଥିବା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ବରଗଡ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ଜିଲ୍ଲା ଶିକ୍ଷାଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଛତ୍ରପତି ସାହୁ ତଥା ମିଶନ ଶକ୍ତି ସଭାନେତ୍ରୀ ଶ୍ରୀମତୀ ଝରଣା ଦାଶଙ୍କ ଦ୍ୱାରା ଏହି ମିଲେଟସ୍ ଖାଦ୍ୟ ପ୍ରସ୍ତୁତି ଓ ପ୍ରଦର୍ଶନୀ ଉଚ୍ଚ ପ୍ରଶଂସିତ ହୋଇଥିଲା।

jittmm
Leave A Reply

Your email address will not be published.