jayashree

ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ମିରର ଫାଉଣ୍ଡେସନର ଚେୟାରମ୍ୟାନ ବିଶ୍ୱଜିତ ରାଉତଙ୍କ ଆବାହକତ୍ୱରେ ଏବଂ ହାଇଟେକ ମେଡିକାଲର ସହଯୋଗରେ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବ୍ଲଡ ସୁଗାର ଏବଂ ବ୍ଲଡ ପ୍ରେସର ମଧ୍ୟ ପରୀକ୍ଷଣ କରାଗଲା । ଏହି କାର୍ଯ୍ୟକ୍ରମରେ ମିରର ସୋସିଆଲ ଫାଉଣ୍ଡେସନର ଭାଇସ ପ୍ରେସିଡେଣ୍ଟ କାର୍ତ୍ତିକ ରାଉତଙ୍କ ସହଯୋଗ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ମେମ୍ବର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣିମା ମହାନ୍ତି, ରାହୁଲ ମହାନ୍ତି, ଗୌରୀ କୁମ୍ଭାର, ନବାବ ଅକତର, ଆଦିଲ ମହମୁଦ, କବିତା ଦଳାଇ, ବନଜା ବିଶ୍ୱାଳ, ବବ୍‌ଲୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.