oom

ଗଞ୍ଜାମ ପ୍ରେସ୍‌କ୍ଳବ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସକ୍ଳବ ପକ୍ଷରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସହରର ମଧ୍ୟଖଣ୍ଡ ସାହିରେ ରହିଥିବା ଗୋପବନ୍ଧୁ ପ୍ରତିମୂର୍ତ୍ତିରେ କ୍ଳବର କର୍ମକର୍ତ୍ତା, ସଦସ୍ୟମାନେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଟ ନାଗରିକ ବିନୋଦ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ସ୍ଥାନୀୟ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଉତ୍କଳ ସଙ୍ଗୀତ ଗାନ କରିବା ସହ ଉତ୍କଳର ବରପୁତ୍ର ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରିଥିଲେ । ଶିକ୍ଷକ ଭବାନୀ ଶଙ୍କର ପାଟନାୟକ, ଶିକ୍ଷୟତ୍ରୀ ସୁଜ୍ଞାନୀ ତ୍ରିପାଠୀ, କୁନି ମହାନ୍ତି, ଗାୟତ୍ରୀ ବେହେରା, ହେମା ମାଳିନୀ ବେହେରା, ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ, ରାଉଳ, ଶିବାନନ୍ଦ ପଲାଇ ପ୍ରମୁଖ ସମ୍ବାଦିକ, ସାମାଜିକ କର୍ମୀ କିଶୋର ଚନ୍ଦ୍ର ବୈଠାରୁ, ଦିଗଦର୍ଶନ ୟୁଥକ୍ଳବ ସହସମ୍ପାଦକ ସୁଦର୍ଶନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.