ଗୌଡ଼ଗୋଠ ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ଆୟୁଷ୍ମାନ ଭଵଃ ସାପ୍ତାହିକ ସ୍ଵାସ୍ଥ୍ୟ ମେଳା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆରୋଗ୍ୟକେନ୍ଦ୍ର ଆନୁକୁଲ୍ୟରେ ଆୟୁଷ୍ମାନ ଭବଃ ସାପ୍ତାହିକ ସ୍ଵାସ୍ଥ୍ୟ ମେଳା ଅନୁଷ୍ଠିିତ ହୋଇଯାଇଛି । ଏହି ଅବସରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ପ୍ରିୟଦର୍ଶିନୀ ଲେଙ୍କାଙ୍କ ସଭାପତିତ୍ୱରେ ମହିଳା ସ୍ଵାସ୍ଥ୍ୟ କର୍ମୀ ସୌଦାମିନୀ ଦଣ୍ଡସେନା, ପୁରୁଷ ସ୍ଵାସ୍ଥ୍ୟ କର୍ମୀ ଯୁଧିଷ୍ଠିର ସୁନାଙ୍କ ସହ ସମସ୍ତ ଆଶାକର୍ମୀ ଓ ସମସ୍ତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ମେଳାରେ ବିଭିନ୍ନ ରୋଗ ଗୁଡିକର ଚିହ୍ନଟ କରାଯାଇ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ଏଥି ସହ ଅଙ୍ଗଦାନ ଶପଥ ପାଠ ଓ ସେଲଫି ପଏଣ୍ଟ ଆଦି ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

12 + sixteen =