csstore

ଦେଓଗାଁ ଶିଶୁ ମନ୍ଦିରରେ ଗୋପବନ୍ଧୁ ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୋପବନ୍ଧୁ ଜୟନ୍ତୀ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବିଶିଷ୍ଟ କଳାକାର ଶରତ ଚନ୍ଦ୍ର ପୁଟେଲ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ କରିଥିବା ବେଳେ ଗୁରୁଜୀ ପ୍ରଶାନ୍ତ ସାହୁ ଗୋପବନ୍ଧୁଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୁରୁମା ପ୍ରଭାସିନୀ ପଧାନ ମଞ୍ଚ ସଂଯୋଜନା କରିଥିବା ବେଳେ ଗୁରୁଜୀ ସମ୍ବିତ ସା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଭାଇ ଭଉଣୀମାନେ ଦେଓଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀମାନଙ୍କୁ ଫଳ ମୂଳ ପ୍ରଦାନ କରିଥିଲେ।

jayashree
Leave A Reply

Your email address will not be published.