jayashree

ଅଖିଳ ଭାରତୀୟ ଅଘରିଆ ସମାଜ ବଲାଙ୍ଗିର ଆଞ୍ଚଳିକ କମିଟି ତରଫରୁ ନୂଆଁଖାଇ ଭେଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆରେ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡ଼ିଶା ପ୍ରଦେଶ, ବଲାଙ୍ଗିର ଆଞ୍ଚଳିକ କମିଟି ତରଫରୁ ନୂଆଁଖାଇ ଭେଟ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରୀୟ କମିଟିର ସମସ୍ତ କର୍ମକର୍ତ୍ତା, ବଲାଙ୍ଗିର ଜିଲ୍ଲାର ଚାରି ମଣ୍ଡଳ ଓ ଅଠର ଗୁଡି ସଭାପତି, ମଣ୍ଡଳ ଓ ଗୁଡ଼ିର ସମସ୍ତ କର୍ମକର୍ତ୍ତା, ଉପଦେଷ୍ଟା କମିଟି, ପୁସ୍ତକ କମିଟି, ଯୁବାମଞ୍ଚ, କୃଷକମଞ୍ଚ, ଶିକ୍ଷା କମିଟି, ଗୃହ ନିର୍ମାଣ କମିଟି, ମହିଳା ମଞ୍ଚ ସହିତ ସମସ୍ତ ଗ୍ରାମ୍ୟ କମିଟି, ସମସ୍ତ ସେଚ୍ଛାସେବୀ ସମେତ ଦଶହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ, ମୁଖ୍ୟବକ୍ତା ଭାବେ ତୁଷୁରା ତହସିଲଦାର ରବୀନ୍ଦ୍ର କୁମାର ପଟେଲ ଓ ସମ୍ମାନୀତ ଅତିଥି ଭାବେ ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶର ରାଜ୍ୟ ସଭାପତି ଦୀନବନ୍ଧୁ ନାଏକ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଶ୍ରୀକାନ୍ତ ପଟେଲ । ସଭା ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ । ଏହି କାର୍ଯ୍ୟକ୍ରମରେ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଫଟକରାର ଅନୀଲ କୁମାର ନାଏକ, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଫଳ ଚାଷୀ ବାଦିଘୋରର ମଧୁସୂଦନ ରାଉତ, ଶିକ୍ଷା କ୍ଷେତ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ନବେ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଶ୍ରୁତି ଶୁଭଶ୍ରୀ ନାଏକ, ଶୁଭେନ୍ଦୁ ନାଏକ, ଶୁଭେନ୍ଦୁ ପଟେଲ, ଶ୍ରୀନିବାସ ପଟେଲ, ଲୋଟସ ପଟେଲ, ସ୍ୱସ୍ତିକ ପଟେଲ, ପ୍ରାର୍ଥନା ପଟେଲ, ରୀତିକ ରୋଶନ ପଟେଲ, ସୁରଞ୍ଜନ ପଟେଲ, ଦିପ୍ତେଶ ପଟେଲ, ଅଭିପ୍‌ସା ଅମ୍ରିତା ନାଏକ, କ୍ରୀଡ଼ା କ୍ଷେତ୍ରରେ ମୀନକେତନ ପଟେଲ ଓ ରତିକାନ୍ତ ପଟେଲଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସର୍ବ ଶେଷରେ ଉପ ସଭାପତି ଲିଲି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ କମିଟି ବଲାଙ୍ଗିରର ସମସ୍ତ କର୍ମକର୍ତ୍ତା , ସମସ୍ତ ସ୍ୱେଚ୍ଛାସେବୀ ଓ ଜାତି ଭାଇ ସହଯୋଗ କରିଥିଲେ ।

Leave A Reply

Your email address will not be published.