ଗୋଶାଳା ଏବଂ ବୁଲା ଜୀବଙ୍କ ସୁରକ୍ଷା ନିମନ୍ତେ କୃଷି ଭଵନରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଆଲୋଚନାଚକ୍ର

ତାଳଚେର (ଆର୍ତ୍ତତ୍ରାଣ ପାଣି ) : ରାଜ୍ୟ କୃଷି ଓ ପଶୁପାଳନ ବିଭାଗ ଦ୍ୱାରା ଭୁବନେଶ୍ୱର ସ୍ଥିତ କୃଷିଭଵନରେ ବୁଲା ଗୋରୁଗାଈ ଏବଂ ରାସ୍ତା ଉପରେ ପଡିଥିବା ଜୀବଙ୍କ ସୁରକ୍ଷା ଓ ଯତ୍ନ ନିମନ୍ତେ ବିଭାଗିୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛିଫ ଏହି ଆଲୋଚନା ଚକ୍ରରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା ରେଜେଷ୍ଟ୍ରିଭୁକ୍ତ ଗୋଶାଳା ଏବଂ ପଶୁ ସହାୟତା କେନ୍ଦ୍ରର କର୍ମକର୍ତ୍ତା ତଥା କୃଷି ବିଭାଗର ମୁଖ୍ୟ ସଚିବ, ପ୍ରତେକ ଜିଲ୍ଲାରେ କାର୍ଯ୍ୟରତ ମୁଖ୍ୟ ପଶୁଚିକିତ୍ସକ ଏବଂ ପଶୁ ସହାୟକ ଉପସ୍ଥିତ ରହି ସରକାରଙ୍କ ଏହି ଯୋଜନାକୁ କିପରି ଲୋକାଭିମୁଖୀ କରି ନିରୀହ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ସହିତ ଦୁର୍ଘଟଣାରେ ପୀଡିତ ପଶୁଙ୍କ ଉଦ୍ଧାର କରି ପୁନଃ ସୁସ୍ଥ କରି ଭଗବାନଙ୍କ ପ୍ରଦତ୍ତ ଜୀବନକୁ ସେମାନେ ମଧ୍ୟ ଉପଭୋଗ କରିପାରିବେ ତା’ ଉପରେ ଗୁରୁତ୍ୱ ଦେବା ଆମର ସାମାଜିକ କର୍ତ୍ତବ୍ୟ ବୋଲି ମନ୍ତ୍ରୀ ମୋହଦୟ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ନବୀନ ସରକାରଙ୍କ ଦୟା ପ୍ରସଙ୍ଗ ଉପସ୍ଥାପନା କରି ନିମନ୍ତ୍ରିତ ପଶୁ ସେବକ, ଗୋଶାଳା କତୃପକ୍ଷ, ଏବଂ ଯେଉଁମାନେ ଏହି ସମ୍ବେଦନଶୀଳ କାମ ନିସ୍ଵାର୍ଥର ସହ କରିଆସୁଛନ୍ତି । ମନ୍ତ୍ରୀ ମୋହଦୟ ସେମାନଙ୍କ ପ୍ରସ୍ତାବ ଓ ପରାମର୍ଶ ଲୋଡିଥିବା ଦେଖା ଯାଇଥିଲା । ଗୋ ଚାଳାଣ ଉପରେ ଶକ୍ତ ଆଇନ ଆଣିବାକୁ ଅନେକ ଗୋସେବକ ପ୍ରସ୍ତାବ ଦେବା ସହିତ ଏଥିରେ ପ୍ରଶାସନ ମାନେ ପୋଲିସ ସଂଶ୍ଳିଷ୍ଟ ରହୁଥିବା ଅଭିଯୋଗ କରିଥିଲେ ଏବଂ ମନ୍ତ୍ରୀ ମୋହଦୟଙ୍କୁ ସରକାରଙ୍କ ଗୃହ ବିଭାଗ ସହ ପରାମର୍ଶ କରି ଜାମିନ ବିହୀନ ୱାରେଣ୍ଟ ଭଳି ଶକ୍ତ ଆଇନ୍ ଆଣିଲେ ଗୋଚାଳାଣକୁ ରୋକାଯାଇ ପାରିବ ବୋଲି ପ୍ରସ୍ତାବ ଦେଇଥିଲେ । ସରକାର ଦେଉଥିବା ବର୍ତ୍ତମାନ ଅନୁଦାନ ପର୍ଯ୍ୟାପ୍ତ ନୁହେଁ ଏବଂ ଗୋଶାଳାର ବିଜୁଳି ପାଣିଦେୟକୁ ବ୍ୟବସାୟିକ ଦରରେ ସରକାର ଅସୁଲ କରୁଥିବାରୁ ଗୋସେବକ ଏବଂ ଗୋଶାଳା ଚଳେଉ ଥିବା କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଏହାକୁ ରିହାତି ଦର କିମ୍ବା ଘରୋଇ ଦରରେ ସରକାରଙ୍କୁ ନେବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଅନେକ ଅଭିଯୋଗ ରଖିଥିଲେ ଯେ ସରକାର ଗୋଚର ଭୂମିକୁ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ସଂସ୍ଥା ଗୁଡିକୁ ଯୋଗେଇ ଦେଉଥିବାରୁ ଆଜି ଗୋରୁକୂଳ ନିମନ୍ତେ ପର୍ଯ୍ୟାପ୍ତ ଚାରଣ ଭୂମି ନାହି ଏଣୁ ଯେଉଁ ସବୁ ସଂସ୍ଥା କଳକାରଖାନା ଯୋଗୁଁ ଆଜି ଏହି ନିରୀହ ଜୀବର ଜୀବନ ପ୍ରଭାବିତ ହୋଇଛି, ସେଇ ସବୁ ଅନୁଷ୍ଠାନ ତାଙ୍କ କର୍ପୋରେଟ୍ ସୋସିଆଲ ରେସ୍ପିନସିବ୍ଲିସ୍ ଫଣ୍ଡରୁ ଏହି ପ୍ରଭାବିତି ଜୀବଙ୍କ ନିମନ୍ତେ ସେଲଟର ହାଉସ ନିର୍ମାଣ କରନ୍ତୁ ଏବଂ ସେହି ଅଂଚଳରେ କାମ କରୁଥିବା ଗୋଶାଳାକୁ ପୋଷ୍ୟ ରୁପେ ଗ୍ରହଣ କରନ୍ତୁ । ବର୍ତ୍ତମାନ ସରକାରୀ ଡାଟା ଅନୁଯାଇ ଅଣାଅଶି ରେଜେଷ୍ଟ୍ରିଭୁକ୍ତ ଗୋଶାଳା ଏବଂସରକାରଙ୍କ ଦ୍ୱାରା ପରିଚାଳିତ ଗୋଟିଏ ଗୋଶାଳା ଥିବା ବିଭାଗୀୟ ତଥ୍ୟରୁ ଆଲୋଚନାଚକ୍ରରେ ପ୍ରକାଶ ପାଇଥିଲା । ଏବଂ ସରକାର ପୂର୍ବରୁ ଏହି ଗୋସୁରକ୍ଷା ଓ ରାସ୍ତା ଉପରେ ଜୀବନ ବିତେଉ ଥିବା ପଶୁସମ୍ପଦ ଉପରେ ରାଜ୍ୟ ବଜେଟ ରେ ପାଞ୍ଚ କୋଟି ଅନୁଦାନ ରଖିଥିବା ବେଳେ ଏହି ବର୍ଷ ସେଇ ଅନୁଦାନକୁ ରାଜ୍ୟ ସରକାର ଦଶକୋଟିକୁ ବୃଦ୍ଧି କରି ନିଜର ସମ୍ବେଦନ ପ୍ରକାଶ କରିଥିବା ମନ୍ତ୍ରୀ ମୋହଦୟ ପ୍ରକାଶ କରିଥିଲେ । ବର୍ତ୍ତମାନ ମଧ୍ୟ ରାଜ୍ୟରେ ଯେତିକି ଗୋଶାଳା ଅଛି ତାହା ପର୍ଯ୍ୟାପ୍ତ ନୁହେଁ ଏବଂ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ଆହୁରି ଜନାଭିମୁଖୀ କରିବାକୁ ଚାହୁଁଥିବା ମନ୍ତ୍ରୀ ମହୋଦୟ ପ୍ରକାଶ କରିବା ସହ ଏହାକୁ ଗୁରତ୍ୱ ଦେଇ ଏ ବାବଦରେ ଏକ ପବ୍ଲିକ ପୋର୍ଟାଲ କରି ଜନସାଧାରଣଙ୍କୁ ଯୋଡିବାକୁ ସରକାର ପ୍ରୟାସ କରୁଥିବା ସୂଚେଇ ଥିଲେ । ଏବଂ ବିଭିନ୍ନ ସଂଗଠନ ଏବଂ ଜନସାଧାରଣ ଏହି ରାସ୍ତା ଉପରେ ଜୀବନ ବିତେଉ ଥିବା ପଶୁକୂଳ ପ୍ରତି କେମିତି ସମ୍ବେଦନଶୀଳ ହେବା ସହିତ ନିଜ ମତାମତ ସରକାରଙ୍କ ସହ ସିଧା ସଳଖ ପୋର୍ଟାଲ ଦ୍ୱାରା ଯୋଗାଯୋଗ କରି ରକ୍ଷାକରିବେ ଏହି ଆଲୋଚନା ଚକ୍ରରେ ସ୍ଥାନ ପାଇଥିଲା ।

Leave A Reply

Your email address will not be published.

eighteen + 17 =

error: Content is protected !!