oom

ଟିଟିଲାଗଡ ତାଲୁକ ଆଇନ ସେବା ସମିତି ଓ ଲାୟନ୍ସ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ଏକ ତାରିଖକୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ତାଲୁକ୍ ଆଇନ ସେବା ସମିତି ଓ ଟିଟଲାଗଡ ଲାୟନ୍ସ କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଦେଶିଲ ସ୍ଥିତ ବୃଦ୍ଧାଶ୍ରମଠାରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆସିଥିବା ସମସ୍ତ ଅତିଥିମାନେ ବରିଷ୍ଠ ନାଗରିକଙ୍କ ପାଇଁ ସରକାରୀ ସ୍ତରରେ କ’ଣ କ’ଣ ଯୋଜନା ରହିଛି, ପିତା ମାତା ଓ ବରିଷ୍ଠ ନାଗରିକଙ୍କ ପ୍ରତିପୋଷଣ ଓ କଲ୍ୟାଣ ଅଧିନିୟମ ୨୦୦୭ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଏଡିଜେ ତଥା ଚେୟାରମେନ୍‌ ସନ୍ଦୀପ ପଟ୍ଟନାୟକ, ଟିଟିଲାଗଡ ଜେଏମ୍‌ଏଫ୍‌ସି ଅଭିନନ୍ଦନ ରାଏ, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ସନ୍ଧ୍ୟା ଥପା ରିଟେନର ଫ୍ରଣ୍ଟ ଅଫିସ, ଟିଟିଲାଗଡ଼ ଲାୟନ୍ସ କ୍ଲବ ସଭାପତି ସନ୍ତୋଷ ମହାନ୍ତି, ପୂର୍ବତନ ଡିଜି ଯମୁନା ପ୍ରସାଦ ଗୋୟଲ, କୋଷାଧ୍ୟକ୍ଷ ସଜ୍ଜନ କମାନି ମଞ୍ଚାସୀନ ଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ନାଲସା ଆଇନ ସେବା ଯୋଜନା ୨୦୧୬ ବିଷୟରେ ତାଲୁକ ଆଇନ ସେବା ସମିତି ଚେୟାର ମେନ୍ ଆଲୋକପାତ କରିଥିଲେ । ସେହିଭଳି ଉପଜିଲ୍ଲାପାଳ ଦୟାମୟ ପାଢୀ ପିତାମାତାଙ୍କୁ କିପରି ଦୁଃଖ ଦିଆଯାଏ ସେ ବିଷୟରେ ବିଭିନ୍ନ ଚଳଚ୍ଚିତ୍ରର ଦୃଷ୍ଟାନ୍ତ ଦେଇଥିଲେ ସେ ଭିତରୁ କି ହେବ ଶୁଆ ପୋଷିଲେ, ଅବତାର, ହାକିମ ବାବୁ ଅନ୍ୟତମ । ପୁଅ କିମ୍ବା ବୋହୂ ଯଦି ଶାଶୁ ଶ୍ଵଶୁରଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ତାହେଲେ ଅଭିଯୋଗ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଭାରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ତାଲୁକ ଆଇନ ସେବା ସମିତିର କିରାଣୀ ଜିବର୍ଦ୍ଧନ ଛତ୍ରିଆ, ଏସ୍‌ଡିଆଇପିଆର୍‌ଓ ରାଜେନ୍ଦ୍ର ମାଝି, ଲାୟନ୍ସ କ୍ଳବର୍ ପିଏମ୍‌ସିସି ସଦସ୍ୟ ସଞ୍ଜୟ ସାହୁ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ ବିଜୟ ଜୈନ, ବିନୟ ଜୈନ, ନିରୋଜ ପଟ୍ଟନାୟକ, ସତ୍ୟନାରାୟଣ ଶର୍ମା, ରାମ ଗୋପାଳ ଚୌଧୁରୀ, ଆଶୀର୍ବାଦ ମହାପାତ୍ର, ଆବାସ୍ ଖାଁ, ଅସୀମ କୁଣ୍ଡୁ, ଶମ୍ଭୁ ପ୍ରସାଦ ଗୋୟଲ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.