csstore

ବଲାଙ୍ଗିର ସହରର ୱାର୍ଡ ନଂ. ୩ରେ ପାଳିତ ହେଲା ସଫେଇ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅକ୍ଟୋବର ୧ ତାରିଖ । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ପୂର୍ବାହ୍ନ ୧୦ ଟାରୁ ୧୧ ଟା ଯାଏଁ ସଫେଇ ଅଭିଯାନ ପାଳନ କରିବା ପାଇଁ ଦେଇଥିଲେ । ଦେଶବ୍ୟାପୀ ସମସ୍ତ ଜନ ସାଧାରଣ ନିଜ ଆଖପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କରି ସ୍ୱଚ୍ଛତାର ଆହ୍ୱାନକୁ ପାଳନ କରିଥିବା ଦେଖିବାକୁ ମିଳିଥିବା ବେଳେ ଏହି କ୍ରମରେ ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ. ୩ରେ ଏକ ଘଂଟା ପାଇଁ ସଫେଇ ଅଭିଯାନ ପାଳନ କରାଯାଇଛି । ଏଥିରେ ୱାର୍ଡ କାଉନ୍‌ସିଲର୍‌ ଶ୍ରୀମତୀ ରଜନୀ ବନ୍‌ଛୋର୍‌ ଉପସ୍ଥିତ ରହି ନିଜେ ଅଳିଆ ଆବର୍ଜନା ସଫା କରିଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.