csstore

ସ୍ୱଚ୍ଛତା ହିଁ ସେବା : ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରର “ସ୍ୱଚ୍ଛ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ତରଫରୁ “ସ୍ୱଚ୍ଛତା ହିଁ ସେବା” ଯାହା କେନ୍ଦ୍ର ସରକାର ସ୍ୱଚ୍ଛତା ପଖ୍‌ୱାଡା ନାମରେ ନାମିତ କରିଛନ୍ତି । ଏହି ବଳିଷ୍ଠ ସ୍ୱଚ୍ଛତା ଅଭିଯାନକୁ ଆଜି ପ୍ରାରମ୍ଭ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଯୋଗାଣ କରୁଥିବା ଚିକିତ୍ସାଳୟର ସଭ୍ୟ ସଭ୍ୟା ଗଣ ନିଜ ଚିକିତ୍ସାଳୟ ପରିସର ଓ ଶାସ୍ତ୍ରୀ ନଗରର ପରିତ୍ୟକ୍ତ ଅଂଚଳକୁ ସଫେଇ କାମ କରି ଅଭିଯାନକୁ ସଫଳ କରିବା ପାଇଁ ନିଜର ସ୍ୱଚ୍ଛତା-ଶପଥ ପାଠ କରିଥିଲେ । ଏହା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଇଦ୍ଦେଶ୍ୟରେ ସମର୍ପିତ ଥିଲା ବୋଲି ନେସନାଲ ପିସ ଊନୀସନ ନିଦ୍ଦେଶକ ଓ ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବିରଞ୍ଜନ ପୂଜାରୀ ଅଭିଯାନରେ ନିଜକୁ ନିୟୋଜିତ କରି ଜଣାଇଥିଲେ । ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା. ମନୋରମ ଶତପଥୀ ଏହା ଏକ ସର୍ବମୁଖ୍ୟ ଅଭିଯାନ ଏବଂ ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଥମ ସେବା ଓ ସ୍ତର ବୋଲି ଜଣାଇଥିଲେ ।
ଉପରୋକ୍ତ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଅଭିଯାନରେ ଅନୁଷ୍ଠାନର ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା, ମାମୀ ସିଂଦେଓ, ରୋଜାଲିନା ହୋତା, ସତ୍ୟବ୍ରତ ଷଡ଼ଙ୍ଗୀ, ମଣିଭଦ୍ର ପଧାନ, ବିପିନ ସେଟ, ଅଞ୍ଜଳି ନାଗ ଆଦି ସଭ୍ୟ ସଭ୍ୟାଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଆଶା ମା, ମହିଳା ଆରୋଗ୍ୟ ସମିତି ସଭ୍ୟାଗଣ, ସ୍ଥାନୀୟ ରୋଗୀ କଲ୍ୟାଣ ସମିତି ସଭ୍ୟ ସଭ୍ୟା ଯୋଗଦାନ କରି, କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.