jsm

ଟିଟିଲାଗଡ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ଅଫିସରେ ହେଉଥିବା ଦୁର୍ନୀତି ବିରୋଧରେ ଘେରାଉ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ରରେ ଥିବା ବିଜେପି ସରକାର ଏବଂ ରାଜ୍ୟରେ ଥିବା ବିଜେଡି ସରକାରଙ୍କ ଦୁର୍ନୀତି ତଥା ଜନମାରଣ ନୀତି ବିରୋଧରେ ଶୁକ୍ରବାର ଦିନ ଟିଟିଲାଗଡ ନଗର କଂଗ୍ରେସ ସଭାପତି ବିକାଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଧାରଣାରେ ବ୍ଲକ ଅଫିସରେ ହେଉଥିବା ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରି ସମସ୍ୟା ବୃଦ୍ଧି, ଚାଷୀମାରଣା ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ଏହି ଘେରାଉ କରାଯାଇଥିଲା । ଏହି ଘେରାଉରେ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ ଯୋଗଦେଇ ରାଜ୍ୟ ସରକାର ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ କରୁଥିବା ସହ ଶାସକ ଦଳର ହାତ ବାରିଶି ସାଜିଛି ବ୍ଲକ ପ୍ରଶାସନ ବୋଲି ଅଭିଯୋଗ କରିବା ସହ ଦିନକୁ ଦିନ ବ୍ୟାପକ ପିଶି କାରବାର ବିରୁଦ୍ଧରେ ଗର୍ଜି ଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଘିନୁ ଆଡଯୁଆଡ, ତୁଳସୀ ରାମ ସାହୁ, ବିରେନ୍ଦ୍ର ବାଗ, ଦେବାନନ୍ଦ ସାହୁ, ଝସ କେତନ ଛତର, ଡମ୍ୱରୁଧର ବାଗ, ବିଭିନ୍ନ ପଞ୍ଚାୟତରୁ ବହୁତ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.