jsm

ଟିଟିଲାଗଡଠାରେ ଡବ୍ଲୁଏସ୍‌ସି ତରଫରୁ ଉଦ୍ୟୋଗୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଦୁନିଆରେ ବିଶେଷ ଭାବରେ ଭାରତୀୟ ଅର୍ଥନୀତି ପାଇଁ ଉଦ୍ୟୋଗର ମହତ୍ତ୍ଵକୁ ଦୃଷ୍ଟିରେ ରଖି ନିଯୁକ୍ତି ସୃଷ୍ଟି ନୂତନତ୍ୱକୁ ପ୍ରୋତ୍ସାହିତ କରିବା ତଥା ଅର୍ଥନୈତିକ ଅଭିବୃଦ୍ଧିରେ ଆତ୍ମନିର୍ଭରଶୀଳ ହୋଇ କିପରି ନିଜର ଜୀବନ ଜୀବିକା ନିର୍ବାହ କରିପାରିବେ ସେ ବିଷୟରେ ଏକ ତାଲିମ ଶିବିର ସ୍ଥାନୀୟ ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପଠାରେ ଟ୍ରୁ ଭେଲୁ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ଆୟୋଜକ ସେବା ସଂସ୍ଥା ଟିଟିଲାଗଡ ପରିଚାଳନା କରିଥିବା ବେଳେ ମୁଖ୍ୟ ଟ୍ରେନର ଭାବେ ସୁପ୍ରିୟା କୁମ୍ଭାର, ଜିଲ୍ଲା ନିଯୁକ୍ତି ଅଫିସର କେ ସି ପାଣିଗ୍ରାହୀ, ୱାର୍ଲ୍ଡ ସ୍କିଲ ସେଣ୍ଟରର ସ୍ୱାଗତିକା ମହାପାତ୍ର ଆସିଥିବା ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିବିର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମନୋଜ କୁମାର ପାଢ଼ୀ । ଏହି ଶିବିରକୁ ପରିଚାଳନା କରିବାରେ ଡିଙ୍ଗର ତାଣ୍ଡି, ସୁକାନ୍ତି କୁମ୍ଭାର, ମଧୁ ବାଗ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.