ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ସେପ୍ଟେମ୍ବର ୯ ତାରିଖ ଶନିବାର ଦିନ ବଲାଙ୍ଗିରର ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା, ମୁରିବାହଲ ଓ ବୋଙ୍ଗୋମୁଣ୍ଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାର ବିଚାରାଧୀନ ମକୋଦ୍ଦମା ଯଥା ଫୌଜଦାରୀ, ଚେକ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ, ବ୍ୟବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରି ଓ ଅନ୍ୟାନ୍ୟ ଦେୱାନି ମକଦ୍ଦମାର ଅପୋଷ ସହମତିରେ ସମାଧାନ କରାଯାଇପାରିବ । ଲୋକ ଅଦାଲତରେ ବିବାଦର ସମାଧାନ ନିମନ୍ତେ ନିଶୁଳ୍କ ଅଟେ । ଏହାର ରାୟ ବୈଧ ଓ ଚୂଡାନ୍ତ ଅଟେ । ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିଷ୍କାରର ପାଇଁ ଏହା ଏକ ସୁଯୋଗ । ତେଣୁ ଜନସାଧାରଣମାନଙ୍କୁ ଉକ୍ତ ଦିନ ଉପସ୍ଥିତ ରହି ବିବାଦ ସମାଧାନ କରିବାକୁ ଅନୁରୋହ କରାଯାଇଛି ।
Prev Post