ଏଡସ୍‌ ନିରାକରଣ ସଚେତନତା ମାରାଥନ

ବଲାଙ୍ଗିର : ଏଡସ୍‌ ନିରାକରଣ ସକାଶେ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ମାରାଥନ ଦୌଡ ଅୟୋଜନ କରିବ ବୋଲି ସୂଚନା ମିଳିଛି । ଯୁବବର୍ଗଙ୍କୁ ସଚେତନ କରାଇବାକୁ ଆସନ୍ତା ଅଗଷ୍ଟ ୧୧ ତାରିଖ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରୁ ଏହି ଦୌଡ ଆରମ୍ଭ ହୋଇ ଶାନ୍ତିପଡା ଛକ, ଲିଟଲ ଫ୍ଲାୱାର ସ୍କୁଲ, ଶାନ୍ତିପଡା ଛକ ଦେଇ ଗାନ୍ଧୀ ଷ୍ଟାଡିୟମରେ ଶେଷ ହେବ । ସକାଳ ୬ରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିଲା ବେଳେ ୬.୩୦ରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶୁଭାରମ୍ଭ କରିବେ । ଏହି ମାରାଥନକୁ ରେଡ ରନ ନାମ ଦିଆଯାଇଛି । ଦୌଡରେ ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ଦୌଡରେ ଭାଗ ନେବାକୁ ଅନୁମତି ଦିଆଯିବ । ଏଡସ୍‌ ପରୀକ୍ଷା, ଡ୍ରଗକୁ ନା, ଯୌନ ବ୍ୟଭିଚାର ବନ୍ଦ ତଥା ମହାମାରୀ ଉପରେ ପର୍ଯ୍ୟାପ୍ତ ଜ୍ଞାନ ପାଇଁ ଏହି ଦୌଡ କରାଯାଉଛି ବୋଲି ପ୍ରଶାସନ କହିଛି । ୭.୩୦ରେ ପୁରସ୍କାର ବିତରଣ ସହ ସଭା ଭଙ୍ଗ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.