jayashree

ବଣ୍ଟି ଜୈନ ହେଲେ କେସିଙ୍ଗା ଏନ୍‌ଏସିର ସାଂସଦ ପ୍ରତିନିଧି

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିର ନୂତନ ସାଂସଦ ପ୍ରତିନିଧି ଭାବରେ କେସିଙ୍ଗାର ବରିଷ୍ଠ ବିଜେପି କର୍ମୀ ବଣ୍ଟି ଜୈନଙ୍କୁ ନିଯୁକ୍ତ କରିଛନ୍ତି ସାଂସଦ ମାଳବିକା ଦେବୀ । ଏନେଇ ସାଂସଦଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ କଳାହାଣ୍ଡି ଜିଲ୍ଲାପାଳ ଓ କେସିଙ୍ଗା ବିଡ଼ିଓଙ୍କୁ ଚିଠି ହୋଇ ସାରିଥିବା ବେଳେ ଶ୍ରୀ ଜୈନଙ୍କ ନିଯୁକ୍ତିକୁ ନେଇ କେସିଙ୍ଗା ନଗର ବିଜେପିରେ ଖୁସିର ଲହରୀ ଖେଳିଯାଇଛି ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡ଼ା ଉପସଭାପତି ସୁନୀଲ ଜୈନ, ସାଧାରଣ ସମ୍ପାଦକ ପ୍ରୀତେଶ ପଟେଲ, ଯୁଗଳ ଦୀପ ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୂର, ସନ୍ତୋଷ ଦାସ, ବିମଳ ବାଗ, ଧରଣୀ ନାୟକ, କମଳାକାନ୍ତ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ପ୍ରମୁଖ ଶ୍ରୀ ଜୈନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଠାରେ ପ୍ରକାଶ ଥାଉକି ଶ୍ରୀ ଜୈନ ଆଗରୁ କେସିଙ୍ଗା ନଗର କମିଟି ବ୍ୟତୀତ ଜିଲ୍ଲା କମିଟିରେ ମଧ୍ୟ ଅନେକ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ରହି ନିଷ୍ଠାର ସହିତ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଶ୍ରୀ ଜୈନ ନିଜ ପ୍ରତିକ୍ରିୟାରେ କେସିଙ୍ଗା ଏନ୍‌ଏସିର ବିକାଶ ଓ ସମସ୍ତ ସରକାରୀ ଜନକଲ୍ୟାଣକାରୀ ଯୋଜନା କିପରି ସମାଜର ଶେଷବ୍ୟକ୍ତି ପାଖରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବା ସହିତ ସହରର ବିକାଶ ମୁଖ୍ୟ ଏଜେଣ୍ଡା ରହିବ ବୋଲି ପ୍ରତିକ୍ରିୟା ଦେଇଥିଲେ ।

Leave A Reply

Your email address will not be published.