
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ଗୁଡ଼ଭେଲା ବ୍ଲକରେ ମିଶନ ଶକ୍ତି ବିଭାଗରେ ବିପିଏମ୍ ଭାବେ କାର୍ଯ୍ୟ କରୁଥିବା ତୀର୍ଥରାଜ ବାଗଙ୍କ ଦୁର୍ଘଟଣାରେ ମୃତ୍ୟୁ ବରଣ ହେବା ପରେ ଶୋକର ଛାୟା ଖେଳିଯାଇଛି । ତେବେ ଦେଓଗାଁ ବ୍ଲକ ପରିସରରେ ଆଜି ଏକ ଶୋକ ସଭା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଶୋକ ସଭାରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଡିଓ ପ୍ରିୟରଞ୍ଜନ କୁମାର, ଏବିଡିଓ ପୁଷ୍ପାଞ୍ଜଳି ନାଏକ, ଜିପିଡିଓ ସେନାପତି ମଙ୍ଗରାଜ, ହିସାବ ରକ୍ଷକଙ୍କ ସହ ବ୍ଲକରେ କାର୍ଯ୍ୟ କରୁଥିବା କର୍ମ ତଥା ଏମବିକେ, ସିଆରପିମାନେ ସାମିଲ ହୋଇଥିଲେ ।