ରେଲଧାରଣା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଶିବ ମନ୍ଦିର ନିକଟ ରେଳଧାରଣା କଡ଼ରେ ଜନୈକା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଆଜି ସକାଳେ ସ୍ଥାନୀୟ ଲୋକେ ଶୌଚ ହେବା ପାଇଁ ଗଲା ବେଳେ ରେଳ ଲାଇନ ନିକଟରେ ଜନୈକା ଯୁବତୀ ମୁହଁମାଡି ପଡିଥିବା ଦେଖିବାକୁ ପାଇଥିଲେ । ମୃତ ଯୁବତୀ ଜଣକ ବୁର୍ଡା ଗ୍ରାମର ହରିଜନପଡାର ବୋଲି ଜାଣିବାକୁ ମିଳିଛି । ତେବେ ଏ ନେଇ ରେଳବାଇ ପୋଲିସ ନିକଟରେ କୌଣସି ସୂଚନା ନ ଥିବା ଜଣାଯାଇଛି ।

Leave A Reply

Your email address will not be published.