csstore

ମାଗୁରବେଡାରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ତମ ବନ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡତ୍ୟା, ବଲାଙ୍ଗିର ବନଖଣ୍ଡ ଫରେଷ୍ଟର ହରିବଂଶ ପଧାନ, ଗ୍ରାମ୍ୟ କମିଟି ସଭପତି ନରେନ୍ଦ୍ର ବିଶି, ପ୍ରଧାନ ଶିକ୍ଷକ ଶଶିକାନ୍ତ ପଟେଲ, ସିଆର୍‌ସିସି ନିତ୍ୟାନନ୍ଦ ବାଗ ପ୍ରମୁଖ ଯୋଗଦେଇ ପ୍ରାୟ ଶହେ ଗୋଟି ବୃକ୍ଷ ରୋପଣ କରିଥିଲେ । ଏଥିସହିତ ସ୍ଥାନୀୟ ଗ୍ରାମବାସୀଙ୍କୁ ବୃକ୍ଷ ରୋପଣ ବାବଦରେ ସଚେତନ କରାଯିବା ସହିତ ନିଜ ନିଜ ବାଡ଼ି ବଗିଚାରେ ଗଛ ଲଗାଇବା ପାଇଁ ଉତ୍ସାହିତ କରି ଲୋକଙ୍କ ମଧ୍ୟରେ ଶହେଟି ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.