ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ସୁପର୍‌ଫାଷ୍ଟ୍ ଇସ୍ପାତ ଏକ୍ସପ୍ରେସ୍, ୨ ଘଣ୍ଟା ପରେ ସ୍ୱଭାବିକ ଟ୍ରେନ୍ ଚଳାଚଳ

ସଇଁତଲା : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ସୁପର୍ ଫାଷ୍ଟ୍ ଇସ୍ପାତ ଏକ୍ସପ୍ରେସ୍ । ସଇଁତଲା ଷ୍ଟେସନରେ ସିଗ୍‌ନାଲରେ ଯାନ୍ତ୍ରିକ ବିଭ୍ରାଟ୍ ଦେଖା ଦେବାରୁ ଦୁଇ ଘଣ୍ଟା ଧରି ଅଟକି ରହିଲ ଟ୍ରେନ୍ ।

ସୂଚନା ମୁତାବିକ, ଇସ୍ପାତ ଏକ୍ସପ୍ରେସ୍ ଟିଟିଲାଗଡ଼ ଷ୍ଟେସନରୁ ନିର୍ଦ୍ଧାରିତ ସମୟରେ ଥିବା ବେଳେ ସଇଁତଲା ଷ୍ଟେସନରେ ୪ଟା ୪୫ ମିନିଟ୍ ପହଞ୍ଚିଥିଲା । ଏହାପରେ ସଇଁତାଲ ଷ୍ଟେସନ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ଦୀର୍ଘ ଦୁଇ ଘଣ୍ଟା ଧରି ଇସ୍ପାଥ ଏକ୍ସପ୍ରେସ୍ ଅଟକି ରଥିଲା । ଦୀର୍ଘ ସମୟ ଧରି ଟ୍ରେନ୍ ଅଟକ ରହିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀମାନେ ପହଞ୍ଚିବା ପରେ ସିଗ୍‌ନାଲକୁ କାର୍ଯ୍ୟକ୍ଷମ କରାଇଥିଲେ । ପରେ ଟ୍ରେନ ଚଳାଚଳ ସ୍ୱଭାବିକ ହୋଇଥିଲା । ୨ଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଇସ୍ପାତ ଏକ୍ସପ୍ରେସ୍ ସଇଁତାଲ ଷ୍ଟେସନ୍ ଛାଡ଼ି ଥିବା ସୂଚନା ମିଳିଛି ।

Leave A Reply

Your email address will not be published.