pakka

ଭାଇ ହେଲା ଭଗାରୀ : ଭାଇ ହାତରେ ଭାଇର ଜୀବନ ଗଲା

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁରେ ଜଣେ ଭାଇର ଶାବଳ ମାଡ଼ରେ ଅନ୍ୟ ଭାଇର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଏବଂ ଦାଦା ପୁଅ ଭାଇମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ବଡ଼ ବାପା ପୁଅ ଭାଇର ଶାବଳ ମାଡ଼ରେ ଦାଦା କଂସ ପ୍ରଧାନଙ୍କ ପୁଅ କୁଲୁଙ୍କ ମୁଣ୍ଡ ଫାଟି ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ପରେ ତାଙ୍କୁ ଆଡ଼ପଡା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପାଟପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି । କୁଲୁଙ୍କ ଭାଇ ସନ୍ତୋଷ ପ୍ରଧାନ କହିଛନ୍ତି ଯେ, ମୋ ଭାଇକୁ ହତ୍ୟା କରାଯାଇଛି । ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେଇ ଆମକୁ ନ୍ୟାୟ ପ୍ରଦାନ କରାଯାଉ ।

jay balangir
Leave A Reply

Your email address will not be published.

5 × 2 =