oom

ଥଇଥାନ ହେଲେ ଚାରି ଅନାଥ ଶିଶୁ : ସ୍ୱେଚ୍ଛାସେବୀଙ୍କ ପ୍ରୟାସକୁ ସାଧୁବାଦ ଜଣାଇଲେ ଅଂଚଳବାସୀ

jsmm

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତ କୁଳିହାରୀଗୁଡା ଗ୍ରାମର ବୀରକିଶୋର ଲହଜଳ ଓ ସନ୍ତରା ଲହଜଳଙ୍କ ପରିବାର ବହୁତ ହସଖୁସିରେ ଥିଲା । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିଲେ । କିନ୍ତୁ ଦିନେ ଦୁଃଖର କଳାବାଦଲ ଏହି ପରିବାର ଉପରେ ପଡିଲା । ୩ ଶିଶୁ ଦୁନିଆ କ’ଣ ଜାଣିବା ପୂର୍ବରୁ ମା’ ସନ୍ତରାଙ୍କ ୨୦୧୬ରେ ଦେହାନ୍ତ ହେଲା । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବୀରକିଶୋର ପୁଣିଥରେ ଭୂମିସୁତା ଲହଜଳଙ୍କୁ ବାହାହେଲେ । ତାଙ୍କ ଔରସରୁ ପୁଣି ଏକ ଝିଅ ଜନ୍ମହେଲା । ଏହାର କିଛି ବର୍ଷ ବ୍ୟବଧାନ ପରେ ବୀରକିଶୋରଙ୍କ ୨୦୧୯ରେ ଦେହାନ୍ତ ହେଲା । ଚାରି ଛୁଆଙ୍କୁ ନେଇ ଭୂମିସୁତା କଷ୍ଟେମଷ୍ଟେ ପ୍ରତି ପୋଷଣ କରୁଥିଲେ । ହେଲେ ଗତ ୨୪ ଏପ୍ରିଲରେ ଭୂମିସୁତାଙ୍କ ମଧ୍ୟ ଦେହାନ୍ତ ହେଲା । ଦେଖୁ ଦେଖୁ ଚାରିଜଣ ଛୁଆ ଅନାଥ ହୋଇଗଲେ । ସେମାନେ ନିଜ ବାସସ୍ଥଳୀ ଛାଡି ଖସିଗୁଡାରେ ଅଜା ଆଈଙ୍କ ଘରେ ରହୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏଇ ଖବର ବିଷୟରେ ଯୁବ ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ଜାଣିବା ପରେ ଗୋଲାମୁଣ୍ଡାର ରବୀନ୍ଦ୍ର ରାଉତଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସମସ୍ୟା ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ରଙ୍କୁ ଜଣାଇ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ । ଡିସିପିଓଙ୍କ ନିର୍ଦ୍ଦେଶରେ ସମସ୍ତ ଶିଶୁଙ୍କୁ ଆଜି ଶିଶୁ ମଙ୍ଗଳ ସମିତିଙ୍କ ପାଖରେ ପ୍ରଡୁସ କରି ସେମାନଙ୍କୁ ସରକାରୀ ସୁବିଧା ଦେବା ପାଇଁ ସ୍ଥିର କରାଗଲା । ବଡ଼ଝିଅ ସୁମନି ଲହଜଳଙ୍କୁ ସରକାରଙ୍କ ଗ୍ରୀନ କାର୍ଡ ମାଧ୍ୟମରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରାଯାଇଥିବା ବେଳେ ଦ୍ୱିତୀୟ ଝିଅ ଗୁଆଦେଇ ଲହଜଳ ଭଲ ମାର୍କ ରଖି ମାଟ୍ରିକ ପାସ କରିଥିବାରୁ ତାଙ୍କୁ ସରକାରୀ ଆଇ.ଟି.ଆଇରେ ମାଗଣା ଶିକ୍ଷା ପ୍ରଦାନ କରାଯିବ । ସେହିପରି ରୋଶନ ଲହଜଳଙ୍କୁ ଏନ.ଏନ.ଏସ ରେ ରଖି ମାଗଣା ରେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଥିବା ବେଳେ ସବୁଠୁ ଛୋଟ ଝିଅ ସୁବି ଲହଜଳଙ୍କୁ ମାସିକ ଚାରି ହଜାର ଟଙ୍କା ଦେବା ପାଇଁ ସ୍ଥିର କରାଗଲା । ସେମାନଙ୍କୁ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଛି । ସେମାନଙ୍କୁ ନେବା ଆଣିବା ସହ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ରବୀନ୍ଦ୍ର ରାଉତ, ଯଶୋବନ୍ତ ରଣା, ଶ୍ୟାମସୁନ୍ଦର ଅଗ୍ରୱାଲ ସମସ୍ତଙ୍କୁ ତାଙ୍କ ପରିବାର ଧନ୍ୟବାଦ ଜଣାଇଛନ୍ତି । ସମସ୍ତଙ୍କ ଏହିପରି ପ୍ରୟାସକୁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.