csstore

ଜିଲ୍ଲାପାଳ ସୁବର୍ଣପୁରଙ୍କ ସହର ସ୍ଥିତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ସୋନପୁର ସହର ସ୍ଥିତ ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ଭବନ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ଲେପ୍ରା ସୋସାଇଟି, ଯୋଗ ବିହାର ତଥା ମହାରାଜା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅନୁଷ୍ଠାନଗୁଡ଼ିକର ବିକାଶ ନିମନ୍ତେ ବହୁମୂଲ୍ୟ ପରାମର୍ଶ ଦେଇଥିଲେ । ତାଙ୍କ ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ମହାରାଜା ଉଚ୍ଚ ବିଦ୍ୟାଳୟ ମୋ ସ୍କୁଲ୍ ଅଭିଯାନ କର୍ମକର୍ତ୍ତା ଦିଲୀପ କୁମାର ରଥ, ପ୍ରଧାନ ଶିକ୍ଷକ ଆଶିଷ୍ ରଥ, ଲେପ୍ରା ସୋସାଇଟି କର୍ମକର୍ତ୍ତା ନୃସିଂହ ଚରଣ ମିଶ୍ର, ଗୋପଲ ରାଓ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ସଭାନେତ୍ରୀ ମୀନ ମହାରଣା ଓ ଅନ୍ୟସଭ୍ୟାମାନେ ଉପସ୍ଥିତ ରହି ଅନୁଷ୍ଠାନର ବିକାଶ ନିମନ୍ତେ ଆବଶ୍ୟକ ସହଯୋଗ ପାଇଁ ଜିଲ୍ଲାପାଳ ଶ୍ରୀ ରାୟଙ୍କୁ ଅବଗତ କରାଇଥିଲେ ।

jayashree
Leave A Reply

Your email address will not be published.