oom

ମଣିପୁରରେ ସାମ୍ପ୍ରଦାୟିକ ହିଂସା, ମହିଳାଙ୍କୁ ଉଲଗ୍ନ ଭଳି ଘଟଣାରେ ମୋଦୀଙ୍କୁ ଦୋଷ ଦେଇଛି ଆମ୍ ଆଦ୍‌ମୀ ପାର୍ଟି

jsmm
  • ବ୍ରହ୍ମପୁରରେ ମୋଦିଙ୍କ କୁଶପୁତ୍ତଳିକା ଦାହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେପି ଶାସିତ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଏବଂ ମହିଳାଙ୍କୁ ଉଲଗ୍ନ କରି ଗାଁ ବୁଲାଇବା ଭଳି ନାରୀ ନିର୍ଯ୍ୟାତନା ଦେଶର ନାରୀ ସମାଜକୁ ଘୋର ଅପମାନ ହୋଇଛି । ଏଭଳି ଜଘନ୍ୟ-ଅତ୍ୟାଚାର ସାରା ଦେଶକୁ ଲଜ୍ଜିତ କରିଛି । ଦୀର୍ଘ ଅଢ଼େଇ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୋଦୀଙ୍କ ନୀରବତା ହିଂସାକୁ ଉଷୁକାଉଥିବା ପରିଲିକ୍ଷିତ ହେଉଛି ବୋଲି କହିବା ସହ ଏହାକୁ ବିରୋଧ କରି ଆମ୍ ଆଦ୍‌ମୀ ପାର୍ଟି ତରଫରୁ ସାରା ଦେଶରେ ଏହାର ପ୍ରତିବାଦ ହେଉଛି । ଏହି କ୍ରମରେ ବ୍ରହ୍ମପୁରରେ ଆପ୍‌ର ଶତାଧିକ କର୍ମୀ ମୋଦୀ ବିରୁଦ୍ଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି କମାପଲ୍ଲୀ ଛକରେ ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆବାହକ ସୁବାଷ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପସଭାପତି ସୁଧୀର ପ୍ରଧାନ, ମହାନଗର ସଭାପତି ସି. ହରପ୍ରସାଦ, ଜିଲ୍ଲା ଯୁବ ସଭାପତି ପି. ନୀଳକଣ୍ଠ ରେଡ୍ଡୀ, ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ, ଆଡ଼ଭୋକେଟ କୈଳାଶ ସେଠୀ, ପଦ୍ମନାଭ ମହାରଣା, ଦିନେଶ ରାଜ, କୁରେଶ ମହାରଣା, ପିଣ୍ଟୁ ପ୍ରଧାନ, ଶଙ୍କର ପ୍ରଧାନ, ଅଜାମ୍ବିଳ ବିଶ୍ୱାଳ, ଅଭିମନ୍ୟୁ ଦଳାଇ, ପ୍ରଦୀପ ଚୌଧୁରୀ, ଗଣେଶ ପାତ୍ର, ଶିବା ରେଡ୍ଡୀ, ଦୁର୍ଯ୍ୟୋଧନ ରେଡ୍ଡୀ, ସୁଦର୍ଶନ ମଲ୍ଲିକ, ସୁଧାଂଶୁ ବିଶୋଇ, ସୁନୀଲ ଆଚାର୍ଯ୍ୟ ପ୍ରମୁଖ ରାଲିରେ ନେତୃତ୍ୱ ନେଇ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.