oom

ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନର କର୍ମଶାଳା

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନର କର୍ମଶାଳା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉତ୍କଳରାଣୀ ସାହୁ ଅଧ୍ୟକ୍ଷତା କରିଥିଲେ । ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା ମଞ୍ଚ ଆହ୍ୱାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭୋଗରାଇ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗିରଥ ଗିରି ଯୋଗଦେଇ ମୋ ସ୍କୁଲ ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ବକ୍ତା ଭାବେ ସମାଜସେବୀ ମୂରଲୀ ମୋହନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ମାଧ୍ୟମିକ ଶିକ୍ଷକ ସଂଘର ସଂପାଦକ ନରେନ୍ଦ୍ର ସିଂ, କୁଶୁଡ଼ା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ, ନାଚିନ୍ଦା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଅଶୋକ କୁମାର ସେଠୀ, ଝକଝକି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗୌତମ କୁମାର ଦତ୍ତ, ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସାଧନ କେନ୍ଦ୍ର ଅଧିନରେ ଲେବୁଲ ଥ୍ରୀ ପ୍ରଧାନ ଶିକ୍ଷକ ପଦବୀକୁ ଉନ୍ନୀତ ହୋଇଥିବା ଶିକ୍ଷକ ନନୀଗୋପାଳ ଦାସ, କାହ୍ନୁଚରଣ ବେହେରା, ଶିକ୍ଷୟିତ୍ରୀ ସରସ୍ୱତୀ ଦାସଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ବରିଷ୍ଠ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷାକର୍ମୀ ଗୟାପ୍ରସାଦ ପାଳ, ପଦ୍ମନାଭ ପାଳ, ତ୍ରିଲୋଚନ ପାଳ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ସଞ୍ଜୟ ଗିରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଦେବବ୍ରତ ଦେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.