csstore

ମାଣ୍ଡୋସିଲ୍ ଧାନ ମଣ୍ଡିରେ ଚାଷୀଙ୍କ ମଧ୍ୟରେ ଆଶଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ୍ ଧାନମଣ୍ଡିରେ ଚାଷୀ ମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଉଛି । ସରକାରଙ୍କ ନିୟମ ଅନୁସାରେ ଟୋକନର ବ୍ୟବସ୍ଥା କରି ତାରିଖ ଧାର୍ୟ୍ୟ କରାଯାଇ ଧାନ ଉଠାଇବାର ବ୍ୟବସ୍ଥା କରାଯାଇଛି । ଧାନ ଉଠାଇବାରେ ବିଳମ୍ବ ହେଉଛି । ବହୁତ ଧାନ ମଣ୍ଡିରେ ଗଦା ହୋଇ ରହିଛି ଏବଂ ବହୁତ ଧାନ ଆସିବାର ବି ବାକି ଅଛି । ଯଦି ଟୋକନର ଧାର୍ୟ୍ୟ ତାରିଖ ଶେଷ ହୋଇ ମଣ୍ଡିରେ ଧାନ ପଡି ରହିବ, ତେବେ ଚାଷୀ କିପରି ଭାବରେ ଧାନ ବିକ୍ରି କରି ପାରିବ, ତାହା ଚାଷୀ ମନ ଭିତରେ ବଡ ପ୍ରଶ୍ନ ? ତେଣୁ କେମିତି ଭାବରେ ଯଥା ଶୀଘ୍ର ଟୋକନର ଧାର୍ୟ୍ୟ ତାରିଖ ଅନୁସାରେ ଧାନ ଉଠା ଯାଇପାରିବ ଏବଂ ମଣ୍ଡିରେ ଧାନ ରହିଗଲେ ତାକୁ ନେବା ପାଇଁ ବ୍ୟବସ୍ଥା କରିବା ପାଇଁ ଚାଷୀମାନଙ୍କ ମଧ୍ୟରେ ଶେଖ୍ ମହମ୍ମଦ ହନିଫ୍, ଗୟାଧର ବାଗ, ବାସୁଦେବ ବରିହା, ଚକ୍ରପାଣି ଦଣ୍ଡସେନା ଓ ରାମକୃଷ୍ଣ ରେଡ୍ଡୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

jayashree
Leave A Reply

Your email address will not be published.