ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଳକ ପରିସରରେ ଥିବା ରେଡ଼କ୍ରସ ସ୍କୁଲ ଠାରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତି, ସଭ୍ୟ ଡଃ ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ନନ୍ଦ କିଶୋର ଷାଣ୍ଢ ଓ ସୁନିତା ତ୍ରିପାଠୀ କେମ୍ପ କୋର୍ଟ ଅନୁଷ୍ଠିତ କରି ପିତୃ ମାତୃ ହୀନ ଶିଶୁ ମାନଙ୍କ ବିଷୟରେ ବିଚାରକୁ ନେଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ପ୍ରଭାତ ନଳିନୀ ପଣ୍ଡା, ସୁଷମା ପଟେଲ, ୟୁଥ୍ ସର୍ଭିସ୍ ସେଣ୍ଟର ଉମେଶ ପୁରୋହିତ, ଚନ୍ଦ୍ରକାନ୍ତି ମଲ୍ଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାରିକା ପୁରୋହିତ, ଅରୁଣ ଖୁଆସ୍, ଶେଷଦେବ ମହାକୁର, ବଦ୍ରିନାଥ ଠାକୁର ଓ ବ୍ଳକର ସମସ୍ତ ଆଇସିଡ଼ିଏସ୍ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ ତଥା ଆର୍ଏସ୍ଡ଼ି ସଇଁନ୍ତଲାର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ପ୍ରାରମ୍ଭରେ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ ଏବଂ ଜିପିଓ ଲକ୍ଷ୍ମଣ ପ୍ରଧାନ କାର୍ୟ୍ୟକ୍ରମ ଆରମ୍ଭ କରି ବ୍ୟବସ୍ଥିତ କରାଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ୪୮ ଜଣ ପିତୃ ମାତୃ ହୀନ ଶିଶୁ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି କେମ୍ପ କୋର୍ଟ ଅନୁଷ୍ଠିତ ହୋଇଥିବା ବେଳେ ନିରାଶ୍ରୟ ଓ ନିରିହ ଶିଶୁ ମାନଙ୍କ ବିଷୟ ବିଚାରକୁ ନିଆଯିବା ପାଇଁ ଉକ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।