ପୁଣି ଘଟିଲା ରେଳ ଦୁର୍ଘଟଣା

ପଶ୍ଚିମବଙ୍ଗ : ଆଜି ସକାଳୁ ପଶ୍ଚିମବଙ୍ଗର ଓଣ୍ଡା ରେଳଷ୍ଟେସନ ନିକଟସ୍ଥ ବାଙ୍କୁରାରେ ପୁଣି ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ ଲୁପ୍‌ ଲାଇନରେ ଛିଡା ହୋଇଥିବା ବେଳେ ଅନ୍ୟ ଏକ ଟ୍ରେନ ରେଡ୍‌ ସିଙ୍ଗନାଲ୍‌ ନ ମାନି ମାଡି ଆସିଥିଲା । ଏହା ଫଳରେ ମାଲବାହୀ ଟ୍ରେନ ଉପରେ ଅନ୍ୟ ଟ୍ରେନର ଇଞ୍ଜିନ ଚଢି ଯାଇଥିଲା । ଏଥିରେ ଦୁଇଟି ଯାକ ଟ୍ରେନ ଲାଇନ ଚ୍ୟୁତ ହୋଇଯାଇଥିବା ବେଳେ ଏହି ରୁଟ୍‌ର ଗୁଡାଏ ଟ୍ରେନକୁ ବାତିଲ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.