lika

ମହାରାଣୀ ଦୁର୍ଗାବତୀଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ଦାବୀ

gbag
  • ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ପରିସରରେ ଗୋଁଣ୍ଡୱାନା ମହାରାଣୀ ଦୁର୍ଗାବତୀ ମଣ୍ଡାବିଙ୍କ ୪୬୦ତମ ଆତ୍ମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଭବନ ପରିସରରେ ଥିବା ମହାରାଣୀ ଦୁର୍ଗାବତୀଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ ସହ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଗୋଁଣ୍ଡୱାନା ରାଜ୍ୟ ମହାରାଜା ସଂଗ୍ରାମ ଶାହା ମଣ୍ଡାବୀଙ୍କ କୂଳବଧୁ ମହାରାଣୀ ଦୁର୍ଗାବତୀ ମଣ୍ଡାବୀ ତାଙ୍କ ସ୍ୱାମୀ ମହାରାଜା ଦଲପତ ଶାହାଙ୍କ ଅକାଳ ମୃତ୍ୟୁ ପରେ ଖ୍ରୀ୧୫୫୦ରୁ ଖ୍ରୀ୧୫୬୪ ପର୍ଯ୍ୟନ୍ତ ଶାସନ କରିଥିଲେ । ତାଙ୍କ ସମୟରେ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ, ରାଜ୍ୟ ପରିସୀମା ବର୍ଦ୍ଧନ, ବହୁ ପୋଖରୀ, ଦୁର୍ଗ, ଚାଷୀ ଗ୍ରାମ ସୃଷ୍ଟି କରି ଅତ୍ୟନ୍ତ ପ୍ରାଜା ବତ୍ସଳ ଥିଲେ । ମହାରାଣୀ ୧୪ ବର୍ଷ ଶାସନ କାଳ ମଧ୍ୟରେ ୫୧ ଥର ଓ ମୋଗଲଙ୍କ ସହିତ ତିନି ଥର ଯୁଦ୍ଧ କରି କେବେ ପରାଜିତ ହୋଇ ନଥିଲେ । ସମ୍ରାଟ ଆକବରଙ୍କ ଦ୍ୱାରା ପ୍ରେରିତ ଛଅ ଜଣ ସେନାପତିମାନଙ୍କ ସହିତ ଯୁଦ୍ଧ କରି ୪୦ ବର୍ଷ ବୟସରେ ଜବଲପୁର ପାଖ ନର୍ରରାଇ ଠାରେ ୨୪ ଜୁନ ୧୫୬୪ରେ ମାତୃଭୂମିର ସୁରକ୍ଷା ପାଇଁ ଆତ୍ମ ବଳିଦାନ ଦେଇଥିଲେ । ସପ୍ତମ ଶ୍ରେଣୀ ଇତିହାସ ବହିରେ ଗୋଁଣ୍ଡୱାନା ମାନଚିତ୍ର ଥିଲେ ମଧ୍ୟ ଗୋଁଣ୍ଡୱାନା ରାଜାମାନଙ୍କ ବିଷୟରେ ବର୍ଣ୍ଣନା ନାହିଁ, ତାଙ୍କର ଅତୁଳନୀୟ ସଂଗ୍ରାମୀ ଜୀବନୀକୁ ପାଠ୍ୟ ପୁସ୍ତକରେ ସାମିଲ କରିବା ଏବଂ ଗୋଁଣ୍ଡ ସଂପ୍ରଦାୟର ବୀରଗାଥା ଅକ୍ଷୁର୍ଣ୍ଣ ରଖିବା ପାଇଁ ବକ୍ତାମାନେ ମତପ୍ରକାଶ କରିଥିଲେ । ସଭାରେ ପୌରାଞ୍ଚଳ ସଭାପତି ଦହିତ ଧରୁଆ ଅଧ୍ୟକ୍ଷତା କରି ସ୍ୱାଗତ କରିଥିବା ବେଳେ ଭବାନୀପାଟଣା କୋଷାଧିକାରୀ ପ୍ରଦୀପ କୁମାର ମଲ୍ଲିକ ବିଶିଷ୍ଟ ଅତିଥି, ରାଜ୍ୟ ଶିକ୍ଷା ମହାସଚିବ ମୀନକେତନ ମାଝୀ ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ ମୁଖ୍ୟବକ୍ତା, ସ୍ୱର୍ଣ୍ଣ ବଡ଼କା, ଶ୍ରୀକର ଧରୁଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଂପାଦକ ନୃପ ଭୋଇ ମଞ୍ଚ ପରିଚାଳନା ଏବଂ ଅଧ୍ୟାପକ କୌତୁକ ପନ୍ଦର ଧନ୍ୟବାଦ ପ୍ରଦାନ କରିଥିଲେ ।

babaa
Leave A Reply

Your email address will not be published.