jayashree

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ତା ୨୧/୦୬/୨୩ ରିଖରେ ଆନ୍ତର୍ଜାତୀୟ ଯୋଗଦିବସ ପାଳନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ସୁବ୍ୟବସ୍ଥିତ ତଥା ବ୍ୟାପକ ଭାବେ ସମସ୍ତଙ୍କ ସହାଭାଗିତାରେ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁଠାରୁ ପୌଢ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗରୁ ଜନ ସାଧାରଣଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ କରି ଯୋଗଦିବସର ମହନୀୟତାକୁ ସମସ୍ତଙ୍କୁ ଉପଲବ୍ଧ କରାଇବା ସହିତ ଏକ ସୁସ୍ଥ ସମାଜ ଗଠନ ପାଇଁ ସହଯୋଗର ଅଂଶୀଦାର ହେବାକୁ ଅଧ୍ୟକ୍ଷ ଶ୍ରୀ କଁହର ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଯୋଗ ଦିବସ ପାଳନକୁ ଜିଲ୍ଲାସ୍ତର ସହ ବ୍ଲକ ଓ ପଞ୍ଚାୟତ ସ୍ତରରେ ସରକାରଙ୍କ ଦିଶା ନିର୍ଦ୍ଦେଶ ଅନୁଯାୟୀ ଯେପରି ସୁ ବ୍ୟବସ୍ଥିତ ଭାବେ ସଫଳତାର ସହ ଅନୁଷ୍ଠିତ କରାଯାଇପାରିବ ସେଥି ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ କଁହର ସମ୍ପୃକ୍ତ ଅଧିକାରୀ, ସମସ୍ତ ବ୍ଲକର ବିଡ଼ିଓ ପ୍ରମୁଖଙ୍କୁ ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଡିଏମ୍‌ଓ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଭାରପ୍ରାପ୍ତ) ଶ୍ରୀମତୀ ଅନିତା ଗୁରୁ, ଜିପିଡିଓ ସୋନପୁର ନମିତା ଭୁଏ, ସି ଇ. ଡ଼ିଏସ୍‌ଏମ୍‌ଏସ୍‌ ଯୁବରାଜ ସାହୁ, ପିଏମ୍‌ (ସୂଚନା ଓ ପ୍ରଯୁକ୍ତି )ମନୋଜ କୁମାର ମିଶ୍ର, ଡିପିଏମ (ଓଏଲ୍‌ଏମ୍‌) ଫ୍ରାନସିସ୍‌ ବାର୍ଲା, ଡିପିଏମ.ଜଗଦାନନ୍ଦ ମେହେର, ଏମ୍‌ସି ଜିଲ୍ଲାପରିଷଦ ଶୈବାଳି ଦାଶ ପ୍ରମୁଖ ଯୋଗଦାନ କରିଥିବା ବେଳେ ପ୍ରକଳ୍ପ ପରିଚାଳିକା (ଯୋଜନା) ଶୈଳବାଳା ପଟ୍ଟନାୟକ ଯୋଗ ଦିବସ ପାଳନର ଆଭିମୁଖ୍ୟ ସହ ଦିବସ ପାଳନ ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନା କରିଥିଲେ ।

Leave A Reply

Your email address will not be published.