csstore

ଗାଇସିଲେଟରେ ଯୋଗଦେଲେ ନୂତନ ଥାନାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ପ୍ରଶାନ୍ତ କୁମାର ସାମଲ ଯୋଗ ଦେଇଛନ୍ତି । ଆଜି ସକାଳେ ଶ୍ରୀ ସାମଲ ଗାଇସିଲେଟ ଥାନାରେ ପହଞ୍ଚିବା ପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଶ୍ରୀ ସାମଲ ଅଫିସ ଗୃହକୁ ରୀତିନୀତି ଅନୁଯାୟୀ ପୂଜା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଲୋଡି ଗାଇସିଲେଟ ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ସାମଲ ଏହା ପୂର୍ବରୁ ଦୀର୍ଘ ୬ ବର୍ଷ ହେବ ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଥାନାଧିକାରୀ ଭାବେ ବେଶ ସଫଳତାର ସହ ନିଜ ଦାଦଶତ୍ୱ ତୁଲାଇଛନ୍ତି । ତେବେ ଗାଇସିଲେଟ ବରଗଡ଼ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବାରୁ ତାଙ୍କର ଦାୟିତ୍ୱ ଆହୁରି ବଢିଯାଇଛି ଏବଂ ଗାଇସିଲେଟ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ ନାଗରିକଙ୍କ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ମଜବୁତ କରିବାରେ ତାଙ୍କର ପ୍ରାଥମିକତା ରହିବ ବୋଲି ଥାନାଧିକାରୀ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.