ବିଦ୍ୟୁତ ଆଘାତରେ ୧ ମୃତ , ୪ ଗୁରୁତର

ପାରାଦ୍ୱୀପ/କୁଜଙ୍ଗ : କୁଜଙ୍ଗ ଥାନା ଅଧୀନ ଗୋପିଆକୁଦ ପଞ୍ଚାୟତର ଦୁଆଡ଼ିଆ ବାଲିସାହିରେ ବିଦ୍ୟୁତ ଆଘାତ ଲାଗି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ୧୦ଟାରେ ଉକ୍ତ ଗ୍ରାମର ବବିନା ବେହେରାଙ୍କ ସ୍ତ୍ରୀ ରାନୁ (୪୨ ବର୍ଷ) ଘରେ ଥିବା ଇଲେକ୍ଟ୍ରିକ ବୋର୍ଡକୁ ଛୁଇଁବା ପରେ ବିଦ୍ୟୁତ ଆଘାତ ଲାଗି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ରାନୁଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ପରିବାରର ଆଉ ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି ।

ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ରାନୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ ପଠାଯାଇଛି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି ।

Leave A Reply

Your email address will not be published.