oom

ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ୬ ଘଣ୍ଟା ଧରି ରାସ୍ତା ଅବରୋଧ : ଚାଷୀ ନେତା ଗିରଫ

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଅତାବିରା ମାର୍କେଟ ୟାର୍ଡ ନିକଟରେ ଆଜି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ କୃଷକଙ୍କ ୪ ଦାବୀରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନ ବାହାନ ଅଟକି ରହିଥିଲା । ସନ୍ଧ୍ୟା ୫ଟାରେ ପ୍ରଶାସନ ପକ୍ଷରୁ କୈ।ଣସି ନିଯ୍ୟାସ ନ ବାହାରିବାରୁ ପୋଲିସ ପକ୍ଷରୁ ଆନ୍ଦୋଳନକାରୀ ଚାଷୀ ନେତାମାନଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା । ୪ ଦଫା ଦାବୀ ମଧ୍ୟରେ ବସ୍ତା ପ୍ରତି କଟନି ଛଟନି ବନ୍ଦ କରିବା, ଚାଷୀମାନଙ୍କ ଟୋକନ ଅବଧିକୁ ଡିସେମ୍ବର ଶେଷ ପର୍ୟ୍ୟନ୍ତ ବୃଦ୍ଧି କରିବା, ଚାଷୀଙ୍କ ସମସ୍ତ ଧାନ କିଣିବା ଆଦି ରହିଛି । ଚାଷୀ ନେତା ଲିଙ୍ଗରାଜ, ରମେଶ ମହାପାତ୍ର, ହର ବଣିଆ, ଶିବ ପ୍ରସାଦ ପ୍ରଧାନ, କିଶୋର ସାହୁ, ଉତ୍ପନ୍ନ ଭୋଇ, ଲକ୍ଷ୍ମଣ ସୁନା, ଅରୁଣ କୁମାର ସାହୁ, ସୀତାରାମ ମେହେର, ବାଳକିଶୋର ଛତର, ମହମ୍ମଦ ନିଜାମ ପ୍ରମୁଖ ଚାଷୀ ନେତା ନେତା ମାନେ ନେତୃତ୍ଵ ନେଇଥିଲେ ।

jittmm
Leave A Reply

Your email address will not be published.