csstore

୩୧ ତାରିଖରେ ଦରମା ପାଇବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ

ରାଉରକେଲା, (ସସ୍ମିତା ପ୍ରଧାନ) : ମଇ ମାସର ଦରମା ଗତକାଲି ୩୧ ତାରିଖରେ ପାଇଥିବାରୁ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦୃଷ୍ଟିଗୋଚର ହୋଇଛି । ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଏଭଳି ଦରମା ପ୍ରଦାନ ପାଇଁ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗୁରୁଣ୍ଡିଆ ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ମାଝୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ଗୁରୁଣ୍ଡିଆ ଶିକ୍ଷକ ଅଧିକାର ମଞ୍ଚର ସାଧାରଣ ସମ୍ପାଦକ ଦୋଳଗଞ୍ଜନ ଗର୍ଡିଆ ଏବଂ କାର୍ଯ୍ୟକାରୀ ସଭାପତି ଦକ୍ଷ କୁମାର ବେହେରା ଏକ ଯୁଗ୍ମ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ମାସର ୩୧ ତାରିଖରେ ଦରମା ପ୍ରାପ୍ତ ହୋଇଥିବାରୁ ଏହା ବ୍ଲକରେ କାର୍ଯ୍ୟରତ ୫୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବହୁ ପରିମାଣରେ ଉତ୍ସାହିତ କରିଛି । ତା’ଛଡା ଏହା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଷ୍ଠା ଓ ସମର୍ପଣର ସହିତ କାର୍ଯ୍ୟ କରିବାକୁ ମଧ୍ୟ ପ୍ରେରଣା ଯୋଗାଇବାରେ ସହାୟକ ହେବ । ତେଣୁ ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ଏଭଳି ଅଭିନବ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶିକ୍ଷକ ଅଧିକାର ମଞ୍ଚ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.