pakka

୪ ଏସ୍‌ବିଆଇ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ବିଆଇ ବଲାଙ୍ଗିର ରିଜନ୍‌ରୁ ୪ ଜଣ କର୍ମଚାରୀ ବିଜୟ ମହାନ୍ତି, ମାନଭଞ୍ଜନ ବିଶୋଇ, ପବିତ୍ର ନାଗ ଏବଂ ନବୀନ ପୁରୋହିତ ଗତକାଲି ନିଜ ଚାକିରି ଜୀବନରୁ ଅବସର ନେଇଛନ୍ତି । ଏ ନେଇ ଏସ୍‌ବିଆଇ ଏସୋସିଏସନ୍ ତରଫରୁ ବଲାଙ୍ଗିର, ପାଟଣାଗଡ଼ ଓ କଣ୍ଟାବାଞ୍ଜିରେ ବିଦାୟୀ ସମାରୋହ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିରରେ ହୋଇଥିବା ସମାରୋହରେ ପୂର୍ବତନ ଏଜିଏସ୍‌ କମ୍ରେଡ୍ ଅଶୋକ ମିଶ୍ର ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏଜିଏସ୍‌ ସମ୍ବଲପୁର ମୋଡୁଲ କମ୍ରେଡ୍ ରୋହିତ ଶତପଥୀ, ରେଜିଓନାଲ୍‌ ସେକ୍ରେଟାରୀ କମ୍ରେଡ୍ ରୂପେଶ ଦଳାଇ ଓ ଜୋନାଲ ସେକ୍ରେଟାରୀ କମ୍ରେଡ୍ ସୂଚିସ୍ମିତା ନାଏକ ଏହି ସମାରୋହକୁ ପରିଚାଳନା କରିଥିଲେ । ବଲାଙ୍ଗିର ଏସ୍‌ବିଆଇ ଏସୋସିଏସନ୍‌ର ସଦସ୍ୟମାନେ ଏହି ସମାରୋହରେ ଯୋଗ ଦେଇ ଅବସର ନେଉଥିବା କମ୍ରେଡ୍‌ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ କାମନା କଲେ ।

jay balangir
Leave A Reply

Your email address will not be published.

one × five =

error: Content is protected !!